*ସିନେ ଅଭିନେତା ଗଦାଧର ବାରିକ ଙ୍କୁ ଯୋଗ ସମିତି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା*-

Nov 23, 2024 - 05:52
 0  2
*ସିନେ ଅଭିନେତା ଗଦାଧର ବାରିକ ଙ୍କୁ ଯୋଗ ସମିତି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା*-

ସୋନପୁର; ଲୋକ୍ ଆବାଜ୍.ଇନ୍( ମନୋରଞ୍ଜନ ତ୍ରିପାଠୀ)

ସୁବର୍ଣ୍ଣପୁର ଜିଲ୍ଲାର ସଦର ସ୍ମାର୍ଟ ପାର୍କଠାରେ ଦିବ୍ୟଉର୍ଜା ଯୋଗ ସେବା ସମିତି ସୁବର୍ଣ୍ଣପୁର ତରଫରୁ *ଖରାଫିଲ୍ମ* ର ଶ୍ରେଷ୍ଠ ଅଭିନେତା ଭାବେ ୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ପାଶ୍ଵ ଅଭିନେତା ଭାବରେ ରାଜ୍ୟ ସରକାର ଙ୍କ ଠାରୁ ସମ୍ମାନୀତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର ଗର୍ବ ଏବଂ ଗୌରବ , ସଂସ୍କୃତି ଗବେଷକ ତଥା ବରିଷ୍ଟ ସିନେ କଳାକାର ନାଟ୍ୟ ଭୀଷ୍ମ ଶ୍ରୀଯୁକ୍ତ ଗଦାଧର ବାରିକ ଙ୍କୁ ଶୁକ୍ରବାର ସକାଳେ ଯୋଗ ସମିତି ପକ୍ଷରୁ ସମ୍ବର୍ଧିତ କରାଯାଇଛି l ସମିତି ର ସଭାପତି ଗୋପାଳ ନେଗି , ଉପ ସଭାପତି ସୁଭାଷ ଚରଣ ପଣ୍ଡା ଓ ସମ୍ପାଦକ ଶ୍ରିମନ୍ତ ମିଶ୍ର , ସଂଯୋଜକ ରବୀନ୍ଦ୍ର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ନେଗି, ଶ୍ରୀ ମିଶ୍ର ଓ ମହିଳା ସଦସ୍ୟ ଙ୍କ ଦ୍ୱାରା ଫୁଲ ତୋଡା ଉପ ଢୌକନ୍ ଦେଇ ଅଭିନେତା ଶ୍ରୀ ବାରିକ୍ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ମନୋରଞ୍ଜନ ତ୍ରୀପାଠୀ ସଭା ସଂଯୋଜନା କରିଥିବା ବେଳେ ଯୋଗ ଗୁରୁ ମନୋଜ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l ଗ୍ଲୋବାଲ ୱାର୍ମିଂ ସଚେତନତା ଉପରେ ଆଧାରିତ ଏହି ଫିଲ୍ମ କାହାଣୀ ର କିଛି ଡ଼ାଇଲଗ ଓ କିଛି ଅନୁଭୂତି କୁ ଆଜି ର ଏହି ସଭାରେ ବାଣ୍ଟି ଥିଲେ ଶ୍ରୀ ବାରିକ୍ l ଯୋଗ ସମିତି ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଭିନେତା ଶ୍ରୀ ବାରିକ୍ ଙ୍କୁ ସ୍ଵାଗତ କରିଥିଲେ l ଆସନ୍ତା ୨୭ ତାରିଖ ଦିନ ସହର ର ପ୍ରତୀକ କଲ୍ୟାଣ ମଣ୍ଡପ ଠାରେ ବଡ ପରଦା ରେ ପ୍ରଦର୍ଶିତ ହେବାକୁ ଥିବା ଏହି ଫିଲ୍ମ୍ ସୋ ରେ ଯୋଗ ଦେବାକୁ ଯୋଗ ସମିତି କୁ ଶ୍ରୀ ବାରିକ୍ ନୀମନ୍ତ୍ରଣ କରିଥିଲେ

What's Your Reaction?

like

dislike

love

funny

angry

sad

wow