୧୬ରୁ ତୁଳସୀ ରାମାୟଣ ନବାହ୍ନ ପାରାୟଣ

Mar 14, 2025 - 08:24
 0  16
୧୬ରୁ ତୁଳସୀ ରାମାୟଣ ନବାହ୍ନ ପାରାୟଣ

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ଚଳିତ ବର୍ଷ କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର ଠାରେ ୧୬ତାରିଖ ରବିବାର ତୁଳସୀ ରାମାୟଣ ନବାହ୍ନ ପାରାୟଣ ଓ ପ୍ରବଚନ ଏବଂ ପୂଜନ ଚଳିତ ବର୍ଷ ୧୪ବର୍ଷରେ ପଦାର୍ପଣ କରିଛି l ଏହି ଉପଲକ୍ଷେ ଆସନ୍ତା ୧୬ତାରିଖ ଠାରୁ ୨୪ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ଦିନ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ କମିଟି ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ l ସେହିପରି ୧୪ବର୍ଷ ପୂର୍ତ୍ତି ଅବସରରେ ୨୫ତାରିଖ ଦିନ ଅଷ୍ଟପ୍ରହରୀ ନାମଯଜ୍ଞ ର ଆୟୋଜନ ହୋଇଛି l ସେହିପରି ୧୮ତାରିଖ ମଙ୍ଗଳବାର ଦିନ ସୀତାବିବାହ ଉପଲକ୍ଷେ ବାଣ ରୋଷଣୀ ସହ ବରଯାତ୍ରୀଙ୍କ ବିରାଟ ଓ ଭବ୍ୟ ଶୋଭାଯାତ୍ରା ହେବ ମୁଖ୍ୟ ଆକର୍ଷଣ l

 ନଅଦିନ ଧରି ପ୍ରତ୍ୟେହ ସନ୍ଧ୍ୟାରେ ଭୁବନେଶ୍ୱରରୁ ଆଗତ ଶ୍ରୀରାମ ଚରିତ ମାନସ ପ୍ରବଚକ (ମାନସ କଳ୍ପତରୁ) ପଣ୍ଡିତ ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ଙ୍କ ମୁଖରୁ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଅମୃତ କଥା ଶୁଣିବାକୁ ମିଳିବ l ପ୍ରତ୍ୟେହ ସକାଳ କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା ନନ୍ଦନମାଳର ଶ୍ରୀଯୁକ୍ତ ମଧୁସୂଦନ ଦାସ ବ୍ୟାସ ଭାବେ ତୁଳସୀ ରାମାୟଣ କଥା ଶୁଣାଇବା ର କାର୍ଯ୍ୟକ୍ରମ ଥିବାନେଇ ବ୍ଲକ ଛକ ଶ୍ରୀରାମ କମିଟି ପକ୍ଷରୁ ସମ୍ପାଦକ ଦାମୋଦର ସ୍ୱାଇଁ ସୂଚନା ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ପ୍ରଭୁ ଶ୍ରୀରାମ ପିପାସୁ ଶ୍ରଦ୍ଧାଳୁ, ଭକ୍ତ ଯୋଗଦେଇ ପ୍ରଭୁ କୃପାଲାଭ କରିବାକୁ କମିଟି ସଭାପତି ସନ୍ତୋଷ କୁମାର ବିଶି ଓ ଆବାହକ ନୀଳାଞ୍ଚଳ ଗୁରୁ ନିବେଦନ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow