୮୪ଲକ୍ଷ୍ ଟଙ୍କାର ସୁନା ଅଳଙ୍କାର ସ୍କାମ ୟୂକ ବ୍ୟାଙ୍କ ଙ୍କୁ ଚୂନ ମାରି ଡୁପ୍ଲିକେଟ ଅଳଙ୍କାର ବନ୍ଧକ ରଖି ସୁନା ଆପ୍ରlଇଜର ଫେରାର ବିନା ଦୋଷରେ ଫସିଗଲେ ନିରୀହ ଝିଅ

Sep 2, 2024 - 22:19
Sep 3, 2024 - 10:11
 0  237
୮୪ଲକ୍ଷ୍ ଟଙ୍କାର ସୁନା ଅଳଙ୍କାର ସ୍କାମ  ୟୂକ ବ୍ୟାଙ୍କ ଙ୍କୁ ଚୂନ ମାରି  ଡୁପ୍ଲିକେଟ ଅଳଙ୍କାର ବନ୍ଧକ ରଖି ସୁନା ଆପ୍ରlଇଜର ଫେରାର ବିନା ଦୋଷରେ  ଫସିଗଲେ ନିରୀହ ଝିଅ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ସାଜିଲେ ଲୁଟେରା l ଡୁପ୍ଲିକେଟ ସୁନl ବନ୍ଧକ ରଖି ବ୍ୟାଙ୍କ କୁ କଲେ ବିଶ୍ୱାସ ଘାତକ ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚlଞ୍ଚଲ୍ୟ ଖେଳି ଯାଇଛି l ସୂଚନା ଅନୁଯାଇ ବାଲିଗୁଡ଼ା ୟୁକୋ ବ୍ୟାଙ୍କ ସୁନା ଆପ୍ରlଇଜର ଭାବେ ଗତ ତିନି ବର୍ଷ ଧରି  ପି ସତ୍ୟରାମ ଆଚlରି ଦାୟିତ୍ୱ ତୁଲାଉ ଥିଲେ l ଏହାର ସୁଯୋଗ ନେଇ ଗତ ଏକ ବର୍ଷ ପୂର୍ବେ ଚତୁରତା ସହ ନିଜ ବଜାର ଉପରେ ଥିବା ସୁନ ଦୋକାନ ରେ କାମ କରୁଥିବା ଗରିବ ଶ୍ରଣୀ ର ଝିଅ ରୁନୁ ବାଳl ପ୍ରଧାନଙ୍କ ଦସ୍ତଖତ  ଚତୁରତା ସହ ନେଇ  ନିଜ ଡୁପ୍ଲିକେଟ ସୁନା ଅଳଙ୍କlର ୟୁକ ବ୍ୟାଙ୍କରେ ବନ୍ଧକ ରଖି ୩୦ ଲକ୍ଷ ଟଙ୍କା ଉଠାଇ ନିଜ ଆକାଉଣ୍ଟ ନେଇ ଯାଇଛନ୍ତି l ଏବଂ ଏଭଳି ନିଜ ଦୋକାନରେ କାମ କରୁଥିବା ଦୁଇ ଗରିବ ଅସହାୟ ଯୁବକ ଓ ଯୁବତୀ ଙ୍କ ନାମରେ ୫୦ ଲକ୍ଷଟଙ୍କାର ଡୁପ୍ଲିକେଟ ସୁନl ୟୁକ ବ୍ୟାଙ୍କରେ ବନ୍ଧକ ରଖି ସମସ୍ତ ଟଙ୍କା ଧରି  ପି ସତ୍ୟ ରାମ ଆଚାରୀ ଚମ୍ପଟ ମାରିଛନ୍ତି l ତେବେ ଉକ୍ତ ସୁନl ନୀଲାମ ସମୟ ରେ ଯାଞ୍ଚ ବେଳେ ଡୁପ୍ଲିକେଟ ସୁନା ହୋଇଥିବା ଘଟଣା ଟି ଲୋକ ଲଚନ କୁ ଆସିଥିଲା l ଏହି ୮୪ ଲକ୍ଷ୍ ଟଙ୍କା ର ସ୍କାମ ପଛରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜେର ଙ୍କ ହାତ ରହିଥିବା ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି l ତେବେ ଏହି ସୁନା ସ୍କାମରେ ନିରୀହ ଝିଅ ରୁନୁ ବାଳl ପ୍ରଧାନ କହିଛନ୍ତି ମୋର ଘରେ ଖାଇବାକୁ ନାହିଁ ମୁଁ ସୁନା ଦେଖି ନାହିଁ ବ୍ୟାଙ୍କ ଵାଲା ଆସିଲେ ୩୪ ଲକ୍ଷ ଟଙ୍କା ର ନୋଟିସ ଦେଇ ଚାଲି ଗଲେ l ମତେ ଯଦି ଆଇଟି ବିଭାଗ ତଦନ୍ତ କରନ୍ତି କିମ୍ବା ମୋର ଯଦି କିଛି ଅସୁବିଧା ହୁଅ ତାହା ହେଲେ ସୁନା ଦୋକାନୀ ବଣ୍ଟି ଓରଫ ପି ସତ୍ୟ ରାମ ଆଚାରୀ  ଦାୟୀ ରହିବେ ବୋଲି କହିଛନ୍ତି l  ଏହି ଘଟଣା ପରେ ପରିବାର ମଧ୍ୟରେ ଚିନ୍ତା ଘାରିଛି ଘରେ ବେମାର ପଡି ଥିବା ରୁନୁ ବାଳା ଙ୍କ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି l ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୁନା ଆପ୍ରlଇଜର କୁ ତଦନ୍ତ ପରିସରକୁ ଆଣି ଗରିବ ଝିଅ ରୁନୁ ବାଳl ପ୍ରଧାନ କୁ ନ୍ୟlୟ ପ୍ରଦାନ କରିବା ନିମନ୍ତେ ଅଞ୍ଚଳବାସୀ ଦାବୀ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow