RBI ତରଫ ରୁ ଲାଞ୍ଜିଗଡ ଗ୍ରାମ ପଞ୍ଚାୟତ ରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

କଳାହାଣ୍ଡି: ଲୋକ ଆବାଜ. ଇନ୍ ( ବ୍ୟୁରୋ)
ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱର ର ମିଳିତ ସହଯୋଗ ରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ର ଲାଞ୍ଜିଗଡ ଗ୍ରାମ ପଞ୍ଚାୟତ ଆଶ୍ରମ ପଡା ସ୍ଥିତ ନନ୍ଦଘର ଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ସି ଏସ ଆର୍ ମୁଖ୍ୟ ଶିଶିର ତରପଦାର୍, ଲାଞ୍ଜିଗଡ ଥାନା ଅଧିକାରୀ ସୁଶ୍ରୀ ଅସ୍ମିତା ପ୍ରଧାନ, ସଖୀ ପ୍ରକଳ୍ପ ଅଧିକାରୀ ସୁଶ୍ରୀ ମାନସୀ ମହାନ୍ତି, ଶ୍ରୀମୁଖ ଅଗସ୍ତି ସମାଜ ସେବୀ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍ ଘାଟନ କରିଥିଲେ। ଏହି କର୍ମଶାଳା ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନ ରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟ ର ଆୟ ରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା, ସାଇବର ଠକେଇ ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତା ର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତି ମାନେ ଅଂଶ ଗ୍ରହଣ କାରୀ ମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବର ରୁ ଆସୁଥିବା ଫୋନ୍ ରେ ନିଜର କୌଣସି ଗୋପନୀୟ ତଥ୍ୟ ନ ଦେବାପାଇଁ ସୂଚନା ଦିଆଯାଇଥିଲା । ପରିବାର ର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତ ରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ କୁ ଆକଳନ କରି ପରିବାର କୁ ଠିକ୍ ଭାବେ ପରିଚାଳନା କରିପାରିବେ । କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ସାହୁ ମହାଶକ୍ତି ଫାଉଣ୍ଡେସନ ତାଲିମ ଦାତା, ପିଟର ଚାନ୍ଦ ପାଣିଗ୍ରାହୀ, ଶ୍ରୀମୁଖ ଅଗସ୍ତି ସମାଜ ସେବୀ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ । ପିଟର ଚାନ୍ଦ ପାଣିଗ୍ରାହୀ, ସୁଶ୍ରୀ ମାନସୀ ମହାନ୍ତି, ସୁବର୍ଣ୍ଣ ନାୟକ, କେଶବ ପଶୟତ, ପରିଚାଳକ ସମ୍ପନ୍ନ। ବି.ସି. ମୁନିଗୁଡା ଓ ଶକ୍ତିମୟୀ ଫାଉଣ୍ଡେସନ ର କର୍ମ କର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏହି କର୍ମଶାଳା ରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ , ଗୋଷ୍ଠୀ ସହାୟିକା ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୬୭ଜଣ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ।
What's Your Reaction?






