ଅଇଁଲାଚୂଆଁ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ସ୍ପାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 13, 2024 - 07:22
 0  43
ଅଇଁଲାଚୂଆଁ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ସ୍ପାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ ୧୩/୯(ଲୋକ ଆବାଜ୍.ଇନ୍ ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଅଇଁଲାଚୂଆଁସ୍ଥିତ ଓଡିଶା ଆର୍ଦଶବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ବିଦ୍ୟାଳୟସ୍ତରୀୟ ସ୍ପାର୍କ କାର୍ଯ୍ୟକ୍ରମ ଉଦଯାପିତହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ୨ ଦିନିଆ ସ୍ପାର୍କ କାର୍ଯ୍ୟକ୍ରମରେ ଜୁନିଅର ଓ ସିନିଅରବର୍ଗରେ ଖେଳକୁଦ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବକୃତା, ରଚନା ଆଦି ୨୨ଟି ବିଭାଗରୁ ମୋଟ ୬୬ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହାସଲ କରିଛନ୍ତି। ଅଧ୍ୟକ୍ଷ ଶାନ୍ତନୁ କୁମାର ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ କଣ୍ଟାମାଳ କଲେଜର ଅଧ୍ୟକ୍ଷ ବସନ୍ତ ପଟ୍ଟନାୟକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ସିଲ କପ ସହ ପ୍ରମାଣପତ୍ର ପୁରସ୍କୃତ କରିଥିଲେ। ପଦାର୍ଥବିଜ୍ଞାନ ଅଧ୍ୟାପକ ଅଶ୍ରୁମୋଚନ ପଣ୍ଡା ଅତିଥି ପରିଚୟ ଓ ରସାୟନ ବିଜ୍ଞାନ ଅଧ୍ୟାପିକା ମୋନାଲିସା ପାତ୍ର ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଇଂରାଜୀ ଅଧ୍ୟାପକ ଅନନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ। ପରେ ଛାତ୍ରଛାତ୍ରୀ ନେଇନାଗଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତରେ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow