ଅଜଣା ଗାଡି ଧକ୍କା ରେ ବ୍ୟକ୍ତି ଙ୍କ ମୃତ୍ୟୁ,କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ।

Oct 27, 2024 - 20:57
 0  8
ଅଜଣା ଗାଡି ଧକ୍କା ରେ ବ୍ୟକ୍ତି ଙ୍କ ମୃତ୍ୟୁ,କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ।

କଳାହାଣ୍ଡି:ଲୋକ ଆବାଜ. ଇନ (ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ)

ବିଜୁ ଏକ୍ସପ୍ରେସ ୱେ କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ତେଣ୍ଡାପାଳି ପଞ୍ଚାୟତ ଛତାଗୋଏରା ଗାଁର ଛବିଲାଲ ନାଗ(୪୫) ବୋଲି ଜଣା ପଡିଛି ।ସୂଚନା ମୁତାବକ, ଛତାଗୋଏରା ଗାଁର ଛବିଲାଲ ନାଗ ଆଜି ଭୋର ସମୟରେ ବିଜୁ ଏକ୍ସପ୍ରେସ ୱେ ବେହେରା ପେଟ୍ରୋଲ ପମ୍ପ ଦେଇ ରାସ୍ତା ପାର ହେଉଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ଆସି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ କୋକସରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ତେବେ ଏହି ଘଟଣାରେ ପରିବାର ଓ ଗ୍ରାମବାସୀ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ଧର୍ମଗଡ - ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ପରେ ଘଟଣାସ୍ଥଳରେ ଧର୍ମଗଡ ଅତିରିକ୍ତ ତହସିଲଦାର ପହଞ୍ଚି ରେଡ଼କ୍ରସ ସହ ହରିଶ୍ଚନ୍ଦ୍ର ଯୋଜନା ଓ ସରକାରୀ ନିୟମ ଅନୁସାରେ ଯାହା ଦୁର୍ଘଟଣା ଜନିତ କ୍ଷତିପୂରଣ ରହିଛି ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା। ପରେ ମୃତକ ଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଅଣାଯାଇ ବ୍ୟବଚ୍ଛେଦ ପରେ ପୋଲିସ ପରିବାର କୁ ହସ୍ତାନ୍ତର କରି ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow