ବ୍ଲକ କଳା ସଂସ୍କୃତି ସଂଘର ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ

ନୂଆପଡ଼ା: ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ - ୨୦୨୪ ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନୀ ସମାରୋହରେ ନୂଆପଡ଼ା ଜିଲ୍ଲା ପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ବିଜୁ ପଟ୍ଟନାୟକ କଲେଜ ବୋଡ଼େନର ଇତିହାସ ବିଭାଗର ପ୍ରାଧ୍ୟାପକ ଗୟାଧର ମହାନ୍ତି ଯୋଗ ଦେଇ ଥିଲେ ।ସମ୍ମାନିତ ଅତିଥି ଭାବେ ବି ଡି ଓ ତଥା ବ୍ଲକ କଳା ସଂସ୍କୃତି ସଂଘ ସଭାପତି ପ୍ରିୟ ରଂଜନ କୁମାର,ଅତିରିକ୍ତ ଜିଲ୍ଲାପାଳ କୁରୁକ୍ଷେତ୍ର ନାଏକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ଡି ସି ଓ ରମେଶ କୁମାର ମାହାର, ବୁଢା ଦେଓ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସିମାଞ୍ଚଲ ଦାସ, ତ୍ରିମନ୍ ମାଝୀ ପୂର୍ବତନ ଉପସଭାପତି ଜିଲ୍ଲା ସଂସ୍କୃତି ସଂଘ୍ ନୂଆପଡ଼ା,ବିପିନ ଧରୁଆ ପୂର୍ବତନ ଶିକ୍ଷକ ଯୋଗଦାନ କରିଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲାକୁ ଦାଦନ ମୁକ୍ତ ଜିଲ୍ଲା ଭାବରେ ଗଢିତୋଳିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଆଜି ଏହି ଉତ୍ସବରେ ଘୁମୁରା,ସମ୍ପ୍ରଦା,ସଂଚାର,ଦାସକାଠିଆ,ଦଣ୍ଡ ନୃତ୍ୟ,ପାଲା, ଖ୍ଞ୍ଜଣୀ ,ଭାଗବତ ମଣ୍ଡଳୀ,କୀର୍ତ୍ତନ ଦଳ,ବିଭିନ୍ନ ଲୋକ ନୃତ୍ୟ,ବଜା ସାଲ ଭଳି ସମୁଦାୟ ୫୧ ଟି ଦଳ ଯୋଗ ଦେଇଛନ୍ତି ।
ଜିଲ୍ଲାପାଳଙ୍କ ଦ୍ୱାରା ସାମ୍ବାଦିକ ରାମନାଥ ପଣ୍ଡା ଜିଲ୍ଲା ପ୍ରତିନିଧି ଲୋକ ଆବାଜ ସମେତ ଜିଲ୍ଲାର ୩୫ ଜଣ ସାମ୍ବାଦିକଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି ।ମଞ୍ଚଟିକୁ ରାଜା ଏ ଟି ହାଇ ସ୍କୁଲର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ପରିଚାଳନା କରିଥିଲେ ।
ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ସମ୍ମାନିତ ଅତିଥି ରୂପେ ଜିଲ୍ଲା ବି ଜେ ଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ,ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ପ୍ରାଧ୍ୟାପକ ଗୟାଧର ମହାନ୍ତି,ବକ୍ତା ରୂପେ ଗୌରାଙ୍ଗ କୁମାର ସାହୁ,ଅତିଥି ଭାବରେ ସମାଜ ସେବୀ ରାଜ ନାଗ,ରାଜୁ ସିଂ ଛାବଡା,ବି କେ ଏସ ଏସ ସଭାପତି ଉପେନ୍ଦ୍ର ସଲମା ,ବିର ସିଂ ନାଏକ ଅବସର ପ୍ରାପ୍ତ ଶିକ୍ଷକ,ସୁଧୀର କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ ।ଅନେକ କଳାକାର ଓ ସାମ୍ବାଦିକଙ୍କୁ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଛନ୍ତି।ପ୍ରାଧ୍ୟାପକ ଗୟାଧର ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ସୁଭ୍ରାନ୍ତ କୁମାର ଅଗସ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?






