*ଅଟଳ ପଣ୍ଡା ଙ୍କ ୯୪ତମ ଜୟନ୍ତୀ ପାଳିତ*-

Dec 2, 2025 - 18:57
 0  20
*ଅଟଳ ପଣ୍ଡା ଙ୍କ ୯୪ତମ ଜୟନ୍ତୀ ପାଳିତ*-

ସୁବର୍ଣ୍ଣପୁର ୨/୧୨ (ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ଅଟଳ ପଣ୍ଡା ସ୍ମୃତି କମିଟି ପକ୍ଷରୁ ଗତକାଲି ବିଶିଷ୍ଟ ନାଟ୍ୟକାର ତଥା ଶଲାବୁଢ଼ା ସିନେମା ର କିମ୍ବଦନ୍ତୀ ତାରକା ଅଟଳ ବିହାରୀ ପଣ୍ଡା ଙ୍କ ୯୪ ତମ ଜୟନ୍ତୀ ସ୍ଥାନୀୟ ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ରେ ପାଳିତ ହୋଇଯାଇଛି। ସ୍ମୃତି କମିଟି ର ସଭାପତି ବିରଞ୍ଚି ନାରାୟଣ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପାଳ ଡ.ନୃପରାଜ ସାହୁ ଯୋଗଦେଇ ଅଟଳ ପଣ୍ଡା ଙ୍କ ଅନେକ ସିନେମା ର ଡାଇଲଗ ଓ ଅଭିନୟ କଥା ର ଉଦାହରଣ ଦେଇ ଛାତ୍ରୀ ଙ୍କୁ ପ୍ରେରଣା ଦେଇଥିଲେ l ଓ ଶ୍ରୀ ପଣ୍ଡା ଙ୍କ ନିଖୁଣ ଅଭିନୟ କୁ ହିଁ ଲୋକେ ଯୁଗେ ଯୁଗେ ମନେ କରିବେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ନାଟ୍ୟ ଶ୍ରୀ ଗଦାଧର ବାରିକ, +୨ କଲେଜ ଅଧ୍ୟକ୍ଷା ପ୍ରିତିମୟୀ ମିଶ୍ର ପ୍ରମୁଖ ଯୋଗଦେଇ କଳା ସଂସ୍କୃତି ଓ ସମ୍ବଲ୍ପୁରୀ ସିନେ ଜଗତ ପାଇଁ ସ୍ମରଣୀୟ ହୋଇ ରହିବେ ଅଟଳ ବୋଲି କହିଥିଲେ l ଆଗାମୀ ଯୁବ ପିଢ଼ି ଓ କଳା ପ୍ରେମୀ ଶ୍ରୀ ଅଟଳ ଙ୍କୁ ଅନୁସରଣ କରି ବାକୁ କହି ଶ୍ରୀ ପଣ୍ଡା ଙ୍କ ସ୍ମୃତି ଚାରଣ କରିଥିଲେ। ସ୍ମୃତି କମିଟି ସଂପାଦକ ସୈ।ମ୍ୟ ରଞ୍ଜନ ପୂଜାରୀ ଅଟଳ ବିହାରି ପଣ୍ଡା ଙ୍କ ବିରଳ ବ୍ୟକ୍ତିତ୍ଵ ତଥା ତାଙ୍କର ସାଧନାର ପରାକାଷ୍ଠା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କଲେଜ୍ ଛାତ୍ରୀ ସ୍ଵାଗତ ସଙ୍ଗୀତ ଗାନ କରି ଅତିଥି ଙ୍କୁ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରିଥିଲେ l ସଭା କୁ ପ୍ରଜ୍ଞା ପରମିତା ଦାଶ ସଭା ସଂଯୋଜନା କରିଥିଲେ l ପ୍ରାରମ୍ଭ ରେ ଶ୍ରୀ ଅଟଳ ପଣ୍ଡାଙ୍କ କାହାଣୀ ଉପରେ ଏକ ଟ୍ରିବୁଟ ସଙ୍ଗୀତ ଏଲ ଇ ଡି ମାଧ୍ୟମରେ ପ୍ରଦର୍ଶନ କରା ଯାଇଥିଲା ଯାହାକି ସମସ୍ତ ଅତିଥି, କଳାକାର , ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଓ ଛାତ୍ରୀ ଙ୍କୁ ସ୍ତବ୍ଦ କରି ପକାଇଥିଲା l

What's Your Reaction?

like

dislike

love

funny

angry

sad

wow