୨୯୭୬ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ ଓ ସ୍ଵାସ୍ଥ୍ୟ ଓ ସାଇବର କ୍ରାଇମ୍ ଉପରେ ସଚେତନତା କାର୍ଯ୍ଯ କ୍ରମ
ସୋନପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁର ମେହେର ପାର୍କ ଠାରେ ୧୯୭୬ମାଟ୍ରିକ ବ୍ୟାଚ୍ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହର ଜିଲ୍ଲା ତଥା ଦୂର ଦୁରାନ୍ତ ରୁ ୫୦ଜଣ ବନ୍ଧୁ ଯୋଗ ଦେଇଥିଲେ। ଆଜିର ଏହି ସଭାରେ ଭାରତ ସରକାରଙ୍କ ଅର୍ଥ ବିଭାଗ ପରାମର୍ଶ ଦାତା ବିକାଶ ନାରାୟଣ ମିଶ୍ର ସଭାପତିତ୍ବ କରି ସାଇବର୍ କ୍ରାଇମ୍ ଓ ପରିବାର ବାଦ ଉପରେ ସଚେତନ କରିଥିଲେ। ଡ଼ାକ୍ତର ପ୍ରଦୀପ ଗୁରୁ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା କୁ ପରାମର୍ଶ କରି ବନ୍ଧୁ ମାନଙ୍କ ପରିବାର ଆତ୍ମୀୟ ସ୍ୱଜନ ପାଇଁ ବିସ୍ତାର ଭାବେ ସ୍ବାସ୍ଥ୍ୟ ସଚେତନ କରିଥିଲେ l ସ୍ଵାସ୍ଥ୍ୟ ଠିକ ନାହିଁ ତ ଦୁନିଆଁ ର କୌଣସି ଜିନିଷ ଠିକ୍ ଲାଗେନି ସୁନ୍ଦର ଲାଗେନି ବୋଲି କହିଥିଲେ l ଆଗାମୀ ୨୦୨୬ ମସିହାରେ ଏଇ ବ୍ୟାଚ ର ପଚାଶ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କୋଣାର୍କ ବେଳାଭୂମିରେ ବନ୍ଧୁ ମିଳନ କ୍ରୀଡା ପ୍ରସ୍ତାବ ଗ୍ରହଣ କରାଗଲା। ବ୍ୟାଚ୍ ର ସଂଯୋଜକ ଶ୍ରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଏହି ବ୍ୟାଚ୍ ମାଧ୍ୟମ ରେ ଆଗାମୀ ଦିନ ରେ ସମାଜ ସେବା କାର୍ଯ୍ଯ ଉପରେ ଗୁରୁତ୍ବ ଦେବାକୁ ପ୍ରସ୍ତାବ ରଖି ୨୭-୧୨-୨୦୨୬ରେ କୋଣାର୍କ ବେଳାଭୂମି ଏହି ବନ୍ଧୁ ମିଳନ ଅୟୋଜନ କରି ଜଗନ୍ନାଥ ଦର୍ଶନ ସହ ପ୍ରଭୁ କୃପା ଲାଭ କରି ଜୀବନ ସାର୍ଥକ କରିବାକୁ ଉଦବୋଧନ ଦେଇଥିଲେ। ବରିଷ୍ଠ ସଦସ୍ୟ ପର୍ଶୁରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଇଂ ଲୋକ ନାଥ କର, ଇଂ ଶଙ୍କର୍ଷଣ ପଣ୍ଡା, ଅଶୋକ କୁମାର ପାଣିଗ୍ରାହୀ, ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ,ସେନା ଅଧିକାରୀ ହରେଶ ପଟ୍ଟନାୟକ, ଭିକାରୀ ଚରଣ ପୃଷ୍ଟି, ଗୁଣ ମେହେର,ସୁଧିର ମେହେର, ବ୍ରଜବନ୍ଧୁ ମିଶ୍ର,ହରି ନାରାୟଣ ମିଶ୍ର ପଞ୍ଚାନନ ବାରିକ,ନବଘନ ଷାଣ୍ଢ , ବାଙ୍କାନିଧି ରାୟଗୁରୁ, ବିକାଶ ମିଶ୍ର, ଶିଳ୍ପପତି ଶଙ୍କର ମେହେର, ଅଶୋକ ଜେନା,ସନତ ବସ୍ତିଆ, କୈବଲ୍ୟ ମିଶ୍ର, ନବୀନ ମେହେର ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?