ଅଧ୍ୟକ୍ଷା ପ୍ରେମଶିଳା ନାଗ କଲେ ପତାକା ଉତ୍ତୋଳନ ଓ ପ୍ୟାରେଡର ଅଭିବାଦନ ଗ୍ରହଣ

Aug 15, 2025 - 20:31
 0  18
ଅଧ୍ୟକ୍ଷା ପ୍ରେମଶିଳା ନାଗ କଲେ ପତାକା ଉତ୍ତୋଳନ ଓ ପ୍ୟାରେଡର ଅଭିବାଦନ ଗ୍ରହଣ

ନୂଆପଡା:ଲୋକ ଆବାଜ. ଇନ/(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଏସ ଏସ ଡି ଖେଳ ପଡିଆ ଠାରେ ବି ଡି ଓ ସୁଶାନ୍ତ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୭୯ ତମ ସ୍ବାଧିନତା ଦିବସ ପାଳନ ଅବସରରେ ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।ମୁଖ୍ୟ ବକ୍ତା ଭାବରେ ବି ପି ଏଚ ଏସ ଏସ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ ଓ ବିଶିଷ୍ଟ ଅତିଥି ଭାବେ ତହସିଲଦାର ସରିତା ଗୁପ୍ତା ଏବଂ ସମ୍ମାନିତ ଅତିଥି ରୂପେ ଡି ଏସ ପି ଗୋବିନ୍ଦ ଚନ୍ଦ୍ର ମାଝୀ,ବରିଷ୍ଠ ନାଗରିକ ପର୍ଶୁରାମ ସେଠି,ବି ଇ ଓ ରୁଦ୍ରେଶର ମେହେର,ଏମ ଓ ଡ଼ା ସଞ୍ଜୀବ କୁମାର ନାଏକ,ଅତିରିକ୍ତ ତହସିଲଦାର ଅନସୂୟା ବାଗଦେବୀ, ଡବ୍ଲୁ ଇ ଓ କ୍ଷଣ ପ୍ରଭା ପାଣିଗ୍ରାହୀ,ସି ଡି ପି ଓ ଅର୍ଚ୍ଚନା ରାଉତ,ସମାଜ ସେବୀ ଫାରୁକ୍ ମହମ୍ମଦ,ଅତିନ୍ଦ୍ର ଜିତ୍ ସିଂ ମଲ୍ଲିକ, ରାଜ କୁମାର ନାଗ,ସୌଦାଗର ସାହୁ,ବି ଏଲ ସି ସୁନିତା ସୁନା ପ୍ରମୁଖ ମଞ୍ଚାସିନ ଥିଲେ ।

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ମାନ ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧି, ସ୍ୱେଚ୍ଛା ସେବୀ ଅନୁଷ୍ଠାନ,ଆୟୋଜକ କମିଟି , ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,ବୋଡ଼େନ ବ୍ଲକର ଭଦ୍ର ବ୍ୟକ୍ତି ତଥା ସାଧାରଣ ଜନତା ଉପସ୍ଥିତ ଥିଲେ ।ଶିକ୍ଷକ ବୈଷ୍ଣବ ଦୂରିଆ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ଡଃ କିଶୋର କୁମାର କର୍ଣ୍ଣ ଧନ୍ୟବାଦ୍ ଅର୍ପଣ କରିଥିଲେ

What's Your Reaction?

like

dislike

love

funny

angry

sad

wow