ଶୀଶାଖାଲ ଠାରେ ଦୁଇ ଦିନିଆ ଖୁଦ୍ରସଶ୍ୟ ଖାଦ୍ୟ ମେଳା..... ପିଠା ପଣା ରେ ମହକିଲା ମଞ୍ଚ

Aug 15, 2025 - 18:54
Aug 15, 2025 - 20:07
 0  7
ଶୀଶାଖାଲ ଠାରେ ଦୁଇ ଦିନିଆ ଖୁଦ୍ରସଶ୍ୟ ଖାଦ୍ୟ ମେଳା..... ପିଠା ପଣା ରେ ମହକିଲା ମଞ୍ଚ

କର୍ଲାମୁଣ୍ଡା:୧୫/୮ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)

 କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ଶୀଶାଖାଲ ସ୍ଥିତ ଶ୍ରୀ ରାମଚନ୍ଦ୍ର ଯୁକ୍ତ ଦୁଇ ବିଜ୍ଞାନ କଲେଜ ପରିସର ରେ ସରକାର ଙ୍କ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ଦୁଇ ଦିନିଆ ଖାଦ୍ୟ ମେଳା ଉଦଯାପିତ ହୋଇଯାଇଛି। ଗୁରୁବାର ପ୍ରଥମ ଦିବସରେ ଶୀଶାଖାଲ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ର ୩୫ ଜଣ ମହିଳାଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ମିଲ୍ଲେଟ୍ସ ମଦର ନିଳେନ୍ଦ୍ରୀ ସାହୁ ଯୋଗ ଦେଇ ଖୁଦ୍ର ସଷ୍ୟ ରେ କିଭଳି ପିଠା ପଣା ପ୍ରସ୍ତୁତ କରାଯାଇଥାଏ,ସେ ଉପରେ ତାଲିମ ପ୍ରଦାନ କରିଥିଲେ।

ଶୁକ୍ରବାର ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମ୍ମନ୍ନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ , କୁଶୁର୍ଲା ହରଗୌରୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ପିତାମ୍ବର ସାହୁ,ଭାରପ୍ରାପ୍ତ ଓଭରସିଅର ଲୋକନାଥ ନାଗ,ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ବିପିସି ଜଗଦୀଶ ପ୍ରସାଦ ରଣା ,ଏବିପିସି ପ୍ରଦୀପ କୁମାର ସାହୁ, ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ ର ସିଇଓ ଟଙ୍କଧର ନାଏକ ପ୍ରମୁଖ ପକ୍ଷରୁ ଯୋଗ ଦେଇ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ତଥା କ୍ଷୁଦ୍ର ସଷ୍ୟ କୁ ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପେ ଗ୍ରହଣ କରିବା ର ଆବଶ୍ୟକ ତା ଉପରେ ଆଲୋଚନା କରିବା ସହ ଷ୍ଟଲ ଗୁଡିକ ରେ ମାଣ୍ଡିଆ ର ପିଠା ପଣା ପ୍ରଦର୍ଶନୀ କୁ ବୁଲି ଦେଖିଥିଲେ।

 ଏହି ଅବସରରେ ଛାତ୍ରୀ/ଛାତ୍ର ମାନଙ୍କ ମଧ୍ୟରେ ଖୁଦ୍ର ସଶ୍ୟ ସମ୍ପର୍କୀତ କୁଇଜ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ,ସିଆରପି ଜୀବର୍ଦ୍ଧନ ସାହୁ ,ଧୁରାବନ ବାଗ,ବାଲ୍ମୀକି ଛାତ୍ରୀଆ,ପ୍ରବୀଣ ଭୋଇ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ,ଆଇସିଡିଏସ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତା କରିଥିବା ବେଳେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ। ଏଥିରେ ମିକ୍ଚର,ଲଡୁ,ମାଲପା,ବିସ୍କୁଟ, କେକ୍ ଓ କାଙ୍ଗୁ ବିସ୍କୁଟ, କୋଦୋ କ୍ଷୀରି, ଅରସା ପିଠା,ସିଙ୍ଗଡ଼ା, ବରା,ମାଣ୍ଡିଆ ପଣା ପ୍ରଭୁତି ବେଶ ଆକର୍ଷଣୀୟ ହୋଇଥିଲା

What's Your Reaction?

like

dislike

love

funny

angry

sad

wow