ବେହେରାପଡ଼ା ରାବଣ ଦରବାର ଉଦଯାପିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଲମ୍ବଶରୀ ପଂଚାୟତ ଅନ୍ତର୍ଗତ ବେହେରା ପଡ଼ା ଗ୍ରାମରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ଉଦଯାପିତ ହୋଇ ଯାଇଛି l ରାବଣ ଦରବାରକୁ ମୁଖ୍ୟ ଅତିଥୀ ଭାବେଜିଲ୍ଲା ପରିଷଦ ସଭ୍ୟା ତଥା ବିଜେପି ନେତ୍ରୀ ପଦ୍ମାଳୟା ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ଦୀପକ ବାରିକ,ଶିକ୍ଷାବିତ ତଥା ଆଦିବାସୀ ନେତା ନୀଳାଞ୍ଚଳ ଭୋଇ, ବିଜେପି ନେତା ମୁନାମିଶ୍ର, ସତ୍ୟନାରାୟଣ ମାଝୀ, ନିରଞ୍ଜନ କର୍ଣ୍ଣ, ପଞ୍ଚାନନ ସାହୁ,ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ,ଶିବଚାଉଳିଆ, ସଂଜିତ କୁମାର ଅମାତ, ଶୁଭ୍ରାନ୍ତ କୁମାର ସାହୁ, ସତ୍ୟ ନାରାୟଣ ମେହେର, ଯୋଗ ଦେଇଥିଲେ l ପଲସାଗୋରା ର ମା' ଭୈରବୀ କଳା ପରିଷଦର କଳାକାର ଙ୍କ ଦ୍ଵାରା ରାବଣବଧ ନାଟକ ପରିବେଷଣ ହୋଇଥିଲା। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଯୋଗ ଦେଇ ବେହେରା ପଡ଼ା ଭଳି ଗ୍ରାମରେ କଳାକାର ମଞ୍ଚ ପାଇଁ ବହୁତ ପ୍ରଶଂସା କରିଥିଲେ। ପ୍ରସିଦ୍ଧ କଳାକାର ମନୋଜ ମହାନ୍ତିଙ୍କ ରାବଣ ଭୂମିକାକୁ ଅତିଥି ମାନେ ଓ ଦର୍ଶକ ବହୁ ପ୍ରଶଂସା କରିଥିଲେ। ଆଞ୍ଚଳିକ ଡ଼ୁମାଲ ପରିଷଦ ଲମ୍ବଶରୀ କେଦ୍ର ବେହେରା ପଡ଼ା ଶାଖା ର ସହଯୋଗ ରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କଳାକାରଙ୍କ ନାଚଗୀତ ଓ ନାଟକକୁ ଉପଭୋଗ କରିଥିଲେ ।
What's Your Reaction?






