ଅବସର ପ୍ରାପ୍ତ ସୈନିକ ଧନଞ୍ଜୟ ମାଝୀଙ୍କ ପରଲୋକ

ନୂଆପଡ଼ା : ଲୋକ ଆବାଜ.ଇନ (ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ ଅନ୍ତର୍ଗତ ଖୁଦପେଜ ଗ୍ରାମର ଅବସର ପ୍ରାପ୍ତ ସୈନିକ ଧନଞୟ ମାଝୀଙ୍କ ପରଲୋକ ଘଟିଛି । ସେ ୧୯୬୭ ମସିହା ଜୁନ ମାସ ୫ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ଏବଂ ନିଜ ଗ୍ରାମ ଖୁଦପେଜ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନ କରି ବରଗାଁ ଗ୍ରାମ ରେ ମାଧ୍ୟମିକ ଓ ହାଇସ୍କୁଲ ଶିକ୍ଷା ଉତ୍ତିର୍ଣ୍ଣ ହୋଇ ଖଡିଆଳ ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୯୦ ମସିହାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ସୈନିକ ଭାବରେ କାର୍ଯ୍ଯଭାର ଗ୍ରହଣ କରି ଭାରତର ବିଭିନ୍ନ ପ୍ରଦେଶ ରେ ନିଜ ଦେଶସେବା କରିବା ସହ ନାମିବିୟା ଓ ଫିଲିପାଇନ୍ସ ଭଳି ବିଦେଶ ରେ ତିନି ତିନି ବର୍ଷ ସୈନିକ ଭାବରେ ମୁତୟନ ହୋଇ ନିଜର ଓ ସମାଜ ପାଇ ଗର୍ବ ଗୌରବ ଆଣିପାରିଥିଲେ।ଇତି ମଧ୍ଯ ରେ କେନ୍ଦ୍ର ସରକାର ତରଫ ରୁ ମଧ୍ଯ ତାଙ୍କ ଅତୁଳନୀୟ କାର୍ଯ୍ୟ ଦକ୍ଷତା ପାଇଁ ଅନେକ ପ୍ରସଂଶା ପତ୍ର ଓ ପଦକ ହାସଲ କରିଥିବା ନଜିର ରହିଛି। ୨୦୧୯ମସିହାରେ ଏସ.ଆଇ. ପଦରୁ ଅବସର ଗ୍ରହଣ କରି ଖଡିଆଳ ବ୍ଳକ ଗୋଁଣ୍ଡ ସାଂସ୍କୃତିକ ସମାଜ ହେଉକି ଆଦିବାସୀ ସଂଘ ହେଉ ସେ ସବୁବେଲେ ନିଜ ସମାଜ ଓ ସଂଘ ସହିତ ଜଡ଼ିତ ହୋଇ ହକ ଅଧିକାର ପାଇଁ ସ୍ବରଉତ୍ତୋଳନ କରିଆସୁଥିଲେ.। କିଛିଦିନ ପୁର୍ବେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା ଲୋକଙ୍କ କହିବା ଅନୁଯାଇ ହାଇ ବ୍ଲଡ ପ୍ରେସର , ସୁଗର ଲେବୁଲ ହାଇ ଓ କିଡନୀ ଫେଲ ଭଳି ରୋଗ ରେ ଆକ୍ରାନ୍ତ ହେବାରୁ ବିଶାଖାପଟନମ ହସ୍ପିଟାଲ ର ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଚିକିତ୍ସିତ ହେଉଥିଲେ ଇତି ମଧ୍ଯରେ ଅନେକ ଥର ହସ୍ପିଟାଲ ଯାଇ ନିରିକ୍ଷଣ ମଧ୍ଯ ହୋଇ ଥିଲେ । ଗତ ୨୪ତାରିଖ ଦିନ ପୁର୍ବ ପରି ବିଶାଖାପାଟନମ ହସ୍ପିଟାଲ ଯାଇ ଡାକ୍ତର ଙ୍କ ପରାମର୍ଶ ଓ ଔଷଧ ଧରି ନିଜ ଗ୍ରାମ ଖୁଦପେଜ କୁ ଆଜି ଭୋର ସକାଳ ହାରାହାରି ୫ଘ.ସମୟରେ ପହଞ୍ଚି ଥିଲେ ପହଞ୍ଚିବାର ଅଳ୍ପ ସମୟ ମଧ୍ଯ ରେ ତାଙ୍କ ଦେହ ବିଗିଡି ଯାଇ ଥିଲା ଖବର ପାଇ ଗାଁର ଲୋକେ ପହଞ୍ଚି ସ୍ଥାନିୟ ମିଶନ ହସ୍ପିଟାଲକୁ ସକାଳ ୬ଘ.ରେ ଆଣି ପହଞ୍ଚିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
What's Your Reaction?






