ବତିକୁପା ଠାରେ ପୋଷାକ ବିତରଣ ଉତ୍ସବ

Apr 21, 2026 - 16:13
Apr 21, 2026 - 16:55
 0  6
ବତିକୁପା ଠାରେ ପୋଷାକ ବିତରଣ ଉତ୍ସବ

କର୍ଲାମୁଣ୍ଡା:୨୧/୪(ଲୋକ ଆବାଜ୍ ଇନ୍/ଵ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପୋଦର ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ  ମଙ୍ଗଳବାର ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଙ୍କ ନେତତ୍ବରେ ଅନୁଷ୍ହୋଠିତ ଇଯାଇଛି। ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା, ବିଦ୍ୟାଳୟ ପରିଚଳନା ସମିତିର ଅଧ୍ୟକ୍ଷ ମନୋକାନ୍ତି ହେର୍ଣା,ରେଙ୍ଗାଲି ସିଆରସିସି ଉଜ୍ଜଳ କୁମାର ସାହୁ, ନୋଡାଲ ସିଆରସିସି ତଥା ପୋଷାକ ବଣ୍ଟନ ଦାୟିତ୍ୱ ରେ ବ୍ଲକ ନୋଡାଲ ଅଫିସର ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ୧୩ ଜଣ ଛାତ୍ରୀ ଓ ୬ ଜଣ ଛାତ୍ର ଙ୍କୁ ଚଳିତ ଶିକ୍ଷା ବର୍ଷ ୨୦୨୬- ୨୭ ପାଇଁ ପୋଷାକ, ଜୋତା, ପ୍ୟାଣ୍ଟ, ଟି ସାର୍ଟ ଇତ୍ୟାଦି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମାଝୀ, ସହକାରୀ ଶିକ୍ଷକ ଜିତେନ୍ଦ୍ର ନାଥ ସାହୁ ତଥା ଅଭିଭାବିକା, ଅଭିଭାବକ ମାନେ ଉପସ୍ଥିତ ଥିଲେ 

What's Your Reaction?

like

dislike

love

funny

angry

sad

wow