ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଏବଂ ଜୟଦେବ ସଂସ୍କୃତି ବିକାଶ ପରିଷଦ,ଭାରତ ତରଫରୁ ପ୍ରଦତ୍ତ ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ମାନିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁ l
ସୁବର୍ଣ୍ଣପୁର,; ଲୋକ ଆବାଜ. ଇନ୍ (ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
କଟକ କଳା ବିକାଶ କେନ୍ଦ୍ରରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି l ଓଡିଶା ଅପରାଧ ଶାଖା ଆଇ ଜି ଶ୍ରୀ ସାର୍ଥକ ଷଡ଼ଙ୍ଗୀ ମଧ୍ୟ ଆଜି ଏହି ସମ୍ମାନ ରେ ସମ୍ମାନିତ ହୋଇଥିବା ସୂଚନା ମିଳିଛି l ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ନ୍ୟାୟାମୁର୍ତ୍ତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ତଥା ବର୍ତମାନ ଜାତୀୟ ମାନବାଧିକାର କମିଶନ ସଦସ୍ୟ,ମାନ୍ୟବର ସାଂସଦ ଯାଜପୁର ଶ୍ରୀ ରବି ନାରାୟଣ ବେହେରା ତଥା ପୂର୍ବତନ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଶଶୀଭୁଷଣ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ସମ୍ମାନ ପ୍ରଦାନ ଉତ୍ସବ କୁ ମହିମା ମଣ୍ଡିତ କରିଥିଲେ l
ପ୍ରଶାସନିକ ସେବା ଜରିଆରେ ସମାଜରେ ତଳ ସ୍ତରରେ ଥିବା ଲୋକଙ୍କ ପାଖକୁ ପହଂଚି ସମସ୍ୟା ବୁଝି ତୁରନ୍ତ ସମାଧାନ କରିବା ଦିଗରେ ଡ ସାହୁଙ୍କ ଭୂମିକାକୁ ପଶଂସା କରାଯାଇଛି l
ଜଣେ ସାରସ୍ୱତ ସାଧକ ଭାବରେ ମଧ୍ୟ ଡ ସାହୁ ବେଶ ପରିଚିତ l
ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଥିବା ବ୍ୟକ୍ତି ବିଶେଷ ଙ୍କୁ ଏହି ଅନୁଷ୍ଠାନ 2002 ମସିହାରୁ ସମ୍ବର୍ଦ୍ଧିତ ଏବଂ ସମ୍ମାନିତ କରି ଆସୁଛି ରାଜ୍ୟ କଳା ଗବେଷଣା ଓ ସଂସ୍କୃତି ପରିଷଦ ଇତି ପୂର୍ବରୁ ଓଡିଶାର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍କଳ ନବରତ୍ନ ସମ୍ମାନରେ ସମ୍ମାନିତ କରି ସାରିଛି lସେମାନଙ୍କ ମଧ୍ୟରେ ସଚ୍ଚି ରାଉତରାୟ, ରଘୁନାଥ ପାଣିଗ୍ରାହୀ, ଗିରିଧାରୀ ଗମାଙ୍ଗ, ଯାଦୁନାଥ ଦାଶ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ଜାନକୀ ବଲ୍ଲଭ ପଟନାୟକ, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କର ପ୍ରମୁଖ ଅଛନ୍ତି lଏହି ସମ୍ମାନ ଜନକ ସମ୍ବର୍ଦ୍ଧନା ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର କୋଣ ଅନୁକୋଣରୁ ଜିଲ୍ଲାପାଳ ଡ ସାହୁଙ୍କୁ ଶୁଭେଚ୍ଛା ଜଣା ଯାଇଛି l
What's Your Reaction?