ଆଦର୍ଶ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ*-

ସୋନପୁର : ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁର ଆଦର୍ଶ ସରକାରୀ ଉ. ପ୍ରା ବିଦ୍ୟାଳୟ ଶିକ୍ଷା ବର୍ଷ ୨୦୨୪-୨୫ ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି |ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଯୋଗଦେଇ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ର ମନ୍ତ୍ରପ୍ରଦାନ କରି ଅଭିଭାବକ , ଅଭିଭାବିକା ମାନଙ୍କର ସହଯୋଗିତା ଓ ମାଆ ମାନଙ୍କର ନୃତ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ |ସମ୍ମାନିତ ଅତିଥି ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର ଗୁଣାତ୍ମକ ଶିକ୍ଷା ଓ ବାର୍ଷିକ ଉତ୍ସବ ର ମହତ୍ୱ ଉପରେ ବକ୍ତବ୍ୟ ରଖିଥିଲେ | ମୁଖ୍ୟବକ୍ତା ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ କବିତା ମାଧ୍ୟମରେ ଶୈକ୍ଷିକ ଦିଗ ଓ ଆଦର୍ଶ ର ମହତ୍ତ୍ୱ ସହିତ ଲଫାପା ଖୋଲିଥିଲେ |ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ସ୍ୱାଗତ ଅଭିଭାଷଣ ସହ ବିବରଣୀ ପଠନ କରିଥିବାବେଳେ ଶିକ୍ଷକ ଶ୍ରୀଯୁକ୍ତ ଗିରିଶ କୁମାର ତ୍ରିପାଠୀ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ |ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଗୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ | ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁପମା ପାଣ୍ଡିଆ ସ୍ୱାଗତ ଦାୟିତ୍ୱ ଓ ଶ୍ରୀମତୀ କବିତା ପାଢ଼ୀ ପୁରସ୍କାର ପ୍ରଦାନ ଦାୟିତ୍ତ୍ୱ ନିର୍ବାହ କରିଥିଲେ |କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବରିଷ୍ଠ ସାମ୍ୱାଦିକ, ସି ଆର୍ ସି ସି ଓ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା l ପରେ ପରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଦ୍ବାରା tସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମାଆ ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା |ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ , ଅଭିଭାବକ ସହଯୋଗ କରିଥିଲେ |
What's Your Reaction?






