ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟର ସଚେତନ ପାଇଁ "ପଥ ଉତ୍ସବ ଓ ୱାକଥନ" କାର୍ଯ୍ୟକ୍ରମ ଅନୁଷ୍ଠିତ । 

Oct 29, 2024 - 19:56
 0  23
ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟର ସଚେତନ ପାଇଁ "ପଥ ଉତ୍ସବ ଓ ୱାକଥନ" କାର୍ଯ୍ୟକ୍ରମ ଅନୁଷ୍ଠିତ । 

ବାଲିଗୁଡ଼ା: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ରାଜ୍ୟରେ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣ ନିଜର ଭୋଟର ତାଲିକାଭୁକ୍ତ କରିବା ନିମନ୍ତେ ଏକ ସଚେତନ "ପଥ ଉତ୍ସବ ଓ ୱାକଥାନ "କାର୍ଯ୍ୟକ୍ରମ ସଭା ବାଲିଗୁଡ଼ା ସହରର ତ୍ରିବେଦୀ ପାର୍କ ନିକଟରେ ଅନୁଷ୍ଠିତ ହେଇଛି ।

ଉପଖଣ୍ଡ ଲୋକ ସୂଚନା ଅଧିକାରୀ ଧୀରୋଜ କୁମାର ପାତ୍ର ନେତୃତ୍ୱରେ "ବାଲିଗୁଡା ମିନିଷ୍ଟାଡିୟ ଠାରୁ ତ୍ରିବେଦୀ ପାର୍କ ପର୍ଯ୍ୟନ୍ତ ଏକ ପଦଯାତ୍ରାକୁ ରାଲିକୁ ଉପଜିଲ୍ଲାପାଳ ରୀନା କୁମାରୀ ପ୍ରଧାନ ପତାକା ଉଡ଼ାଇ ଉଦଘାଟନ କରିଥିଲେ । ପରେ ତ୍ରିବେଦୀ ପାର୍କ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଉପଜିଲ୍ଲାପାଳ ରୀନା କୁମାରୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମ କୁ ଶୁଭ ଉଦଘାଟନ କରିଥିଲେ ସମ୍ମାନିତ ଅତିଥି ଭାବେ ପି. ଏ ଆଇ ଟି ଡି ଏ କୃପାସିନ୍ଧୁ ବେହରା,ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଡେପୁଟି କଲେକ୍ଟର ରାଜେନ୍ଦ୍ର ନାରାୟଣ ସେନାପତି, ଆସିଷ୍ଟାଣ୍ଡ କଲେକ୍ଟର ରୂପକ କୁଜୁର, ହରେକୃଷ୍ଣ ରାଉତ ମଂଚାସୀନ ଥିଲେ lସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିବା ସହିତ ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଥିବା ବିଭିନ୍ନ କଳା ସଂଗଠନ ଅଂଶ ଗ୍ରହଣ କରିଥିଲା l    l ବାଲିଗୁଡା ଅଞ୍ଚଳ ର ବହୁ କଳାକାର ଓ ଛାତ୍ର ଛାତ୍ରୀଙ୍କୁ ନେଇ ଝୋଟି ଚିତ୍ରାଙ୍କନ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଶେଷରେ ଅତିରିକ୍ତ  ଉପଜିଲ୍ଲାପାଳ ରୂପକ କୁଜୁର ଏହି କାର୍ଯ୍ୟକ୍ରମର ବିବରଣୀ ପାଠ ଓ ଉପସ୍ଥିତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow