ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେବେ ଶିଳ୍ପୀ ଓମ ପ୍ରକାଶ
କର୍ଲାମୁଣ୍ଡା : ୨୭/୧୧ ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
ଆସନ୍ତା ୧ରୁ ୫ଡ଼ିସେମ୍ବର ପର୍ଯ୍ୟନ୍ତ କୋଣାର୍କର ଚନ୍ଦ୍ରଭାଗା ବେଳା ଭୂମିରେ ହେବାକୁ ଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ରେ ଭାଗନେବା ପାଇଁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡl ର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଙ୍କୁ ନିମନ୍ତ୍ରଣ ଆସିଥିବା ସେ ସୂଚନା ଦେଇଛନ୍ତି l ସେଠାରେ ସେ ଆଦିବାସୀ ସଂସ୍କୃତି ତଥା ପଶ୍ଚିମ ଓଡ଼ିଶାର ଐତିହ୍ୟ ଉପରେ ଆଧାରିତ କଳା ପ୍ରଦର୍ଶନ କରିବେ ବୋଲି କହିଛନ୍ତି l
What's Your Reaction?