ସରକାରୀ ବସ ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ୍ୟୁ l କ୍ଷତିପୂରଣ ଦାବୀ ରେ ତୁମୁଡିବନ୍ଧ ଜାତୀୟ ରାଜପଥ ଅବରୋଧ

ବାଲିଗୁଡ଼ା:ଲୋକ୍ ଆଵାଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନା)
ସରକାରୀ ବସ ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ୍ୟୁ l କ୍ଷତି ପୂରଣ ଦାବୀ ରେ ରାସ୍ତା ରେ ଶବ ରଖି ତୁମୁଡିବନ୍ଧ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ l କନ୍ଧମାଳ ଜ଼ିଲ୍ଲା ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ରେ ଘଟିଛି ଅଭାବନୀୟ ଘଟଣା l ସୂଚନା ଅନୁଯାୟୀ ଆଜି ଦଶଟା ବେଳେ ଉଷାବାଲି ଅଙ୍ଗନବାଡି ସେଣ୍ଟର ରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସ୍ନେହ ଲତା ମଝିଆ ସେଠ ତୁମୁଡିବନ୍ଧ ସିଡିପିଓ ଅଫିସ ତୁମୁଡିବନ୍ଧ ଆସିବାକୁ ବସକୁ ଅପେକ୍ଷା କରିଥିଲେ l ବସ କୁ ଅଟକାଉ ଥିବା ବେଳେ ସରକାରୀ ବସ ଟି ଅଙ୍ଗନବାଡି କର୍ମୀ ସ୍ନେହଲତା ଉପରେ ଚଢି ଯାଇଥିଲା ଘଟଣା ସ୍ଥଳରେ ଅଙ୍ଗନବାଡି କର୍ମୀ ଙ୍କ ମୃତ୍ୟୁ ହୋଇଥିଲା l ଖବର ପାଇ ସମ୍ପର୍କୀୟ, ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ଶବ କୁ ତୁମୁଡିବନ୍ଧ ଆଣି ରାସ୍ତା ଉପରେ ରଖି କ୍ଷତି ପୁରଣ ଦାବୀ ରେ ୫୯ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିବା ଜଣା ପଡିଛି ।
What's Your Reaction?






