ଆମ ବ୍ୟାଙ୍କ ଉଦଘାଟନ କଲେ ବିଧାୟକ।

ମାଲକାନଗିରି:ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଚାଉଳମେନ୍ଧି ଗ୍ରାମରେ ଆମ ବ୍ୟାଙ୍କ ଗୃହ ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଂଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ.... ଏଥି ପୂର୍ବେ ରାଜ୍ୟ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆମ ବ୍ୟାଙ୍କ ଗୃହ ଉଦଘାଟନ କରିଥିଲେ ପରେ ଆମ ବ୍ୟାଙ୍କ କାର୍ଯ୍ୟକାରିତା କିଛି ସମସ୍ୟାକୁ ନେଇ ହେଇ ପାରି ନଥିଲା. ପୁନର୍ବାର ବିଧାୟକ ଶ୍ରୀ ମଂଗୁ ଖିଲ ଆମ ବ୍ୟାଙ୍କ ଗୃହ ଉଦଘାଟନ କରିବା ପର ଠାରୁ ଆମ ବ୍ୟାଙ୍କ ପରିଚାଳନା ଆରମ୍ଭ ହୋଇଛି... ଉଦଘାଟନ ଉତ୍ସବରେ ସଂମ୍ମାନିତ ଭାବେ ଶ୍ରୀ ସୃତିରଞ୍ଜନ ମଙ୍ଗଳା ଗୌଡ଼ ଜଳନ୍ଧାର ନାଏକ ବାଲରାଜ କପେ ପଦମ ଗତମ ଏମ. ଡ଼ି ଆକବର ଓ ଆମ ବ୍ୟାଙ୍କ ପରିଚାଳିକା ମମତା ଦଳେଇ ପୂର୍ଣ୍ଣ ମହାରନା ମାମିନା ନାୟକ ସହ ଗ୍ରାମ ବାସୀ ଯୋଗ ଦେଇଥିଲେ...।
What's Your Reaction?






