କର୍ଲାମୁଣ୍ଡା ଠାରେ ଆସ ସ୍କୁଲ ଯିବା ସଚେତନତା ରାଲି

କର୍ଲାମୁଣ୍ଡା:୧୩/୮ ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ତଥା ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବୁଧବାର ଆସ ସ୍କୁଲ୍ ଯିବା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ତହସିଲ ଛକ ପର୍ଯ୍ୟନ୍ତ ଶୋଭା ଯାତ୍ରା ବାହାରିଥିଲା।ଏଥିରେଏଥିରେ ରତନ ଭୋଇ ପଞ୍ଚାୟତ ସମିତି ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପଶା, ଶୋଭାବତୀ ସିକଚlନ୍ଦ ,ଲକ୍ଷ୍ମୀପ୍ରିୟା ,ହିମାଂଶୁ ଭୋଇ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ର, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରି ଉପସ୍ଥିତ ରହିଥିଲେ।
ସେହିପରି ବ୍ଲକ ର ରାଜପୁର ପଞ୍ଚାୟତ କେନ୍ଦୁମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷା ସଭା ଆୟୋଜନ ହୋଇଥିଲା ।
What's Your Reaction?






