ଜିଲ୍ଲା ପ୍ରଶାସନର ଚାଷୀ ଙ୍କୁ ଅଣଦେଖା ଓ ଦୁର୍ବ୍ୟବହାର ପ୍ରତିବାଦରେ ଚାଷୀ ଦେବେ ଧାରଣା,!!!!!!!!

ସୋନପୁର:ଲୋକ ଆବାଜ.ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସର୍ବ ଭାରତୀୟ କିଷାନ ମୋର୍ଚ୍ଚା ଡାକରା ରେ ଆସନ୍ତା କାଲି 26-11-2024 ମଙ୍ଗଳବାର ସକାଳ ୯ ଘଣ୍ଟା ରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା କୃଷକ ସଂଗଠନ ତରଫରୁ ରାଜ୍ୟ ର ସମସ୍ତ ଜିଲ୍ଲା ମାନଙ୍କ ରେ ଜିଲ୍ଲାପାଳ ଙ୍କ କାର୍ଯାଳୟ ଆଗରେ ଧାରଣା ଦିଆଯିବାକୁ ଜୋରଦାର୍ ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରେ ମଧ୍ୟ ଜିଲ୍ଲା ର ହଜାର ହଜାର ଚାଷୀ ଙ୍କ ସମାବେଶ ହେବ ଓ ଧାରଣା ଦିଆଯିବ ବୋଲି ସଂଗଠନ ପକ୍ଷରୁ ସୁଚନା ମିଳିଛି l
ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ଯ ରେ ଏକ ୬ ଦଫା ଦାବୀପତ୍ର ଦିଆଯିବ l ଏବଂ ଆସନ୍ତା ୧-୧୨-୨୦୨୪ ରୁ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ କରିବା , ଅଖା ବସ୍ତା ବଦଳ ରେ ଜରି ବସ୍ତା ରେ ଧାନ ବିକ୍ରୟ ପାଇଁ ଅନୁମତି ଦେବା ଓ ଜିଲ୍ଲାର ଅଣ ଜଳସେଚିତ ଜମିକୁ ମରୁଡି ଘୋଷଣା କରିବା ଏହି ୩ ଦଫା ଦାବୀପତ୍ର ନେଇ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବ l ଏବଂ ଗତ ୧୯ ତାରିଖ ରେ ପେଡ଼ି ପ୍ରକ୍ରୋମେଣ୍ଟ ମିଟିଂ ଦିନ ଚାଷୀ ନେତ୍ରୀ ଓ ତାଙ୍କ ସମର୍ଥକ ଙ୍କୁ ଚାଷୀ ଙ୍କ ସମସ୍ୟା ନେଇ ଉପସ୍ଥାପନା କରିବାକୁ ଚାଷୀ ପ୍ରତିନିଧି ଭାବେ ସଭା କୁ ଯିବାକୁ ଅନୁମତି ଦେବା ବଦଳ ରେ ଖୋଦ୍ ଜିଲ୍ଲାପାଳ ଚାଷୀ ନେତ୍ରୀ ସୋନାଲି ବିଶି ଙ୍କୁ ଯାଓ ଘର୍ ମେ ରୋଟି ସେକୋ ବୋଲି ଦେଇଥିବା ଏଭଳି ଘୋର ଅପମାନ ଜନକ ମନ୍ତବ୍ୟ କୁ ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ଏହାର ମଧ୍ୟ ପ୍ରଶାସନ କୁ ସରକାର ଙ୍କୁ ଜବାବ ମଗାଯିବ ଓ ଜିଲ୍ଲାପାଳ ଙ୍କ ବଦଳି ଦାବୀ କରାଯିବ ବୋଲି ଚାଷୀ ନେତା ବୈକୁଣ୍ଠ ଶତପଥି ଓ ପ୍ରଦୀପ ପୁରୋହିତ କହିଛନ୍ତି l ଜିଲ୍ଲା ର ଜଣେ ଉଚ୍ଚ ପଦସ୍ଥ ଆଇ ଏସ ଅଧିକାରୀ ଙ୍କ ଏଭଳି ନୀଚ୍ଚ ବ୍ୟବହାର କୁ ଜିଲ୍ଲା ର ବୁଦ୍ଧିଜୀବୀ ମଧ୍ୟ ଘୋର ନିନ୍ଦା କରିଛନ୍ତି
What's Your Reaction?






