*ଆର୍ଟ ଅଫ ଲିଭିଂ ପକ୍ଷରୁ ରକ୍ତ ଦାନ ଶିବିର -- ମହନୀୟତା ସେଇଠି ଥାଏ ଯେଉଁଠି ତ୍ୟାଗ ପରେ ଭୋଗ ରହିଥାଏ*-- *ଜିଲ୍ଲାପାଳ*-
ସୁବର୍ଣ୍ଣପୁର :ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଆର୍ଟ ଅଫ ଲିଭିଂ ହେପିନେସ ସେଣ୍ଟର ସୋନପୁର ଶାଖା ପକ୍ଷରୁ ଆଜି ନିଜସ୍ଵ ଅଫିସ ଗୃହ ଠାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଏସପି ଶ୍ରୀ ନାରାୟଣ ନାଏକ ଯୋଗ ଦେଇ ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପୁଷ୍ପ ପ୍ରଦାନ ପୂର୍ବକ ଏହି ଶିବିର କୁ ଶୁଭ ଉଦଘାଟନ କରିଥିଲେ l ଓ ଉପସ୍ଥିତ ନୁଆ ରକ୍ତ ଦାତା କଲେଜ୍ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଜୀବନ ଦର୍ଶନ ଉପରେ ହୃଦୟ ସ୍ପର୍ଶୀ କଥା ସବୁ କହି ଜୀବନ ଟା ଜିଁଇବା ପାଇଁ , ଓ ଜୀବନ ଟା ଗୋଟେ ଖୁସି, ଆନନ୍ଦ , ସୁଖ ଓ ଶାନ୍ତି ବୋଲି ଜିଲ୍ଲାପାଳ ଡ଼.ସାହୁ ମତ ପ୍ରକାଶ କରି ଜୀବନ ର ମହନୀୟତା ସେଇଠି ଥାଏ ଯେଉଁଠି ଆଗେ ତ୍ୟାଗ ପରେ ଭୋଗ ରହିଥାଏ, ଆଉ ସେଇଠି ହିଁ ଖୁବ୍ ଆତ୍ମ ସନ୍ତୋଷ ମିଳିଥାଏ ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବରେ ଏ ଡି ଏମ୍ ଓ ଡ଼ାକ୍ତର ଦୁର୍ଗାଦତ୍ତ ଦାଶ, ଯୁବ ସଂଗଠକ ଅରବିନ୍ଦ ବାରିକ, ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ରକ୍ତ ଦାତା ଙ୍କ ଉତ୍ସାହ ବଢାଇ ଥିଲେ l ସମସ୍ତ ରକ୍ତ ଦାତା ଙ୍କୁ ଅତିଥି ମାନଂକ ଦ୍ବାରା ମାନପତ୍ର ପ୍ରଦାନ କରି ସମ୍ବର୍ଧିତ କରାଯାଇଥିଲା l ଆଜିର ଏହି ମେଗା ରକ୍ତଦାନ ଶିବିରକୁ ଆର୍ଟ ଅଫ୍ ଲିଭିଙ୍ଗ୍ ର ଟିଚର ଭାଗ୍ୟ ଲକ୍ଷ୍ମୀ ବେହେରା, ଅରବିନ୍ଦ ବାରିକ, ଆନନ୍ଦ କନସଲ୍,ଖୁସବୁ କନସଲ୍, ବିଶ୍ଵବୀର ମିଶ୍ର, ଶିବ ଜୋଶୀ, ଦିଲ୍ଲୀପ କର,ଚମ୍ପେଶ୍ଵର ସା, ଅର୍ଜୁନ ମେହେର,ପିୟୁଷ୍ ଅଗ୍ରୱାଲ ପ୍ରମୁଖ ପରିଚାଳନା କରିଥିବାବେଳେ ଡ଼ାକ୍ତର ଚିତ୍ତ ରଞ୍ଜନ ତ୍ରୀପାଠୀ, ରକ୍ତ ଭଣ୍ଡାର ର ଟେକନିସିଏନ୍ ଜଗତ ଦରୱ।ନ, ସତ୍ୟବ୍ରତ ତାଣ୍ଡି ,ଯୁଧିଷ୍ଠିର ନାଏକ, ଟଙ୍କଧର କଅଁର ପ୍ରମୁଖ ବିଭିନ୍ନ ପରୀକ୍ଷା ଓ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ଏଠାରେ ସହର ର ବହୁ ବୁଦ୍ଧିଜିବୀ ସାମ୍ୱାଦିକ ଯୋଗ ଦେଇ ଥିବା ବେଳେ ଆର୍ଟ ଅଫ ଲିଭିଂ ହେପିନେସ ସେଣ୍ଟର ସୋନପୁର ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
What's Your Reaction?