ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା :

Mar 24, 2025 - 13:19
Mar 24, 2025 - 17:22
 0  7
ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା :

ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗୀତା 

ଦୀପିକା ସାହୁ ଙ୍କ ତୃତୀୟ ସ୍ଥାନ ହାସଲ 

କଳାହାଣ୍ଡି: ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ):- କଳିଙ୍ଗ ସାହିତ୍ୟ ଉତ୍ସବ ଅବସର ରେ ଆୟୋଜିତ ଡଃ ବନମାଳୀ ସାହୁ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗୀତା ରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ଦୀପିକା ସାହୁ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି । ଆଜି ଭୁବନେଶ୍ୱର  ହୋଟେଲ ମେ ଫେୟାର ଠାରେ ଆୟୋଜିତ ପୁରସ୍କାର ବିତରଣି ଉତ୍ସବ ରେ ଛତିଶଗଡ଼ ରାଜ୍ୟର ଉପ ମୁଖ୍ୟ ମନ୍ତ୍ରୀ ଅରୁଣ ସାଓ ଯୋଗ ଦେଇ ନଗଦ ୧୫୦୦୦/- ଟଙ୍କା ର ଅର୍ଥ ରାଶି ସହିତ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହି ସଫଳତା ପାଇଁ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଆଚାରୀ ଙ୍କୁ ୫୦୦୦/- ଟଙ୍କା ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀପିକା ମାଆ ବାସନ୍ତୀ ସାହୁ ଏବଂ ପିତା ସ୍ବର୍ଗତ କିଶୋର ଚନ୍ଦ୍ର ସାହୁ ଙ୍କ କନ୍ୟା ଅଟନ୍ତି । ମେଧାବୀ ଛାତ୍ରୀ ଦୀପିକା ଙ୍କ ଏହି ସଫଳତା ପାଇଁ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow