ଆସନ୍ତା କାଲି ରବିବାର ମୁଖ୍ୟମନ୍ତ୍ରୀ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ* *ସହରରେ ପୋଲିସ ର ଫ୍ଲାଗ ମାର୍ଚ୍ଚ*- *ସୁରକ୍ଷା ବ୍ୟବସ୍ଥା କଡାକଡି*-
ସୁବର୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଆସନ୍ତା କାଲି ଫେବୃୟାରୀ ୧ ରବିବାର ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଚୁଡାନ୍ତ ହୋଇଛି। ଏହି ଅବସରରେ ସେ ୧୦.୩୦ ଟାରେ ରାମେଶ୍ୱର ଷ୍ଟାଡିୟମ୍ ନିକଟସ୍ଥ ହେଲିପ୍ୟାଡ ରେ ପହଞ୍ଚିବା ପରେ ସେଠାରୁ ପ୍ରଥମେ ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠ ଖଲିଆପାଲିରେ ଅନୁଷ୍ଠିତ ହେଉଥିବା ପବିତ୍ର ମାଘମେଳାରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚି ପାଦୁକା ମନ୍ଦିର ଓ ଭୀମଭୋଇ ଙ୍କ ସମାଧି ଦର୍ଶନ କରି ୨ ଶହ ୧୨କେଜି ରେ ନିର୍ମିତ ଏକ ବିରାଟ ଘଣ୍ଟିର ଉଦଘାଟନ କରିବେ । ପରେ ସୋନପୁର ଗୋପାଲଜୀ ମନ୍ଦିର ରେ ପ୍ରତିଷ୍ଠା ହେବାକୁ ଥିବା ୧୨ଟି ଦୁର୍ଲଭ ଗୋପାଳଜୀ ମୂର୍ତ୍ତିଙ୍କୁ ଦର୍ଶନ କରିବେ ଓ ମହାପ୍ରଭୁଙ୍କ ଗମ୍ଭିରା ବିଜେ ଉତ୍ସବରେ ଯୋଗ ଦେଇ ପ୍ରଭୁକୃପା ଲାଭ କରିବେ। ପ୍ରକାଶ ଥାଉ କି ୪୨ ବର୍ଷ ପୂର୍ବେ ଉକ୍ତ ୧୨ଟି ଦୁର୍ଲଭ ମୂର୍ତ୍ତି ଶ୍ରୀ ଗୋପାଳଜୀ ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ । ୧୯୯୩ ମସିହାରେ ଦିଲ୍ଲୀରେ ସିବିଆଇ ଦ୍ବାରା ୧୨ଟି ମୂର୍ତ୍ତି ଜବତ କରାଯାଇଥିଲା। ପରେ ଭୁବନେଶ୍ବର ସିବିଆଇ ମାଲାଖାନାରେ ଉକ୍ତ ୧୨ଟି ମୂର୍ତ୍ତି ପଡି ରହିଥିଲା। ଏବେ ରାଜ୍ୟ ସରକାର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ୍ ସାହୁ ଏବଂ ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ର ଉଦ୍ୟମରେ ଏହି -ମୂର୍ତ୍ତିଗୁଡ଼ିକର ପୁନରୁଦ୍ଧାର ହୋଇଛି। ଗତ ୨୫ ତାରିଖରୁ ସ୍ଥାନୀୟ ଗୋପାଳଜୀ ମନ୍ଦିରରେ ମୂର୍ତ୍ତିଗୁଡ଼ିକର ପୂଜାର୍ଚ୍ଚନା ଓ ଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଯଜ୍ଞ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ ପ୍ରତ୍ୟହ ଭକ୍ତ ଙ୍କ ଭିଡ଼ ଲାଗି ରହିଛି l ପରେ ରାମେଶ୍ୱର ଷ୍ଟାଡିୟମ ରେ ୭ ଦିନ ବ୍ୟାପି ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁଭଦ୍ରା ମେଳାର ଶୁଭାରମ୍ଭ କରିବା ସହ ଉଦବୋଧନ୍ ଦେବେ । ଅଗଣିତ ଭକ୍ତ ଏବଂ ଜନସାଧାରଣ ଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ସହର ରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି ।
What's Your Reaction?