ଆଦିବାସୀଙ୍କ ଧରଣୀ ପେନୁ ଯାତ୍ରା ଆରମ୍ଭ ...
ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ଉପଖଣ୍ଡ ରେ ଧରଣୀ ପେନୁ ଯାତ୍ରା ବା ମାଟି ଦେବତାର ପୂଜା କାର୍ଯ୍ୟ ଆରମ୍ଭ ହୋଇ ଯାଇଛି l ବାଲିଗୁଡା ଉପଖଣ୍ଡର କ ନୂଆଗାଁ ବ୍ଲକ ମହାସିଙ୍ଗ ଅଂଚଳରେ ପ୍ରଥମେ ହେବାର ପରମ୍ପରା ରହିଛି l ମହାସିଙ୍ଗର ବଲମର ପଦର ଗାଁ ରେ ଏହି ଯାତ୍ରା ଆରମ୍ଭ ହୋଇଛି ପରେ ପରେ ରେବିଙ୍ଗିଆ ବାରଖମା ସିନ୍ଦ୍ରୀଗାଁ କୁଟିକିଆ ରୁତୁଙ୍ଗିଆ ବୁଡ଼ରୁକିଆ ଅଞ୍ଚଳରେ ଯାତ୍ରା ଧୁମ ଧାମରେ ହେବ ବୋଲି ଜଣାପଡିଛି l ଯାତ୍ରାର ପ୍ରସ୍ତୁତି ଏକ ମାସ ପୂର୍ବରୁ ହୋଇଥାଏ ନିର୍ଜଳା ଉପବାସ ଓ ଏକାଗ୍ରତା ସହ ଜଙ୍ଗଲରୁ ସଂଗୃହିତ ଗଛକୁ ପୂଜାର୍ଚନାକରି ଅଣାଯାଏ ଏବଂ ଧରଣୀ ଖମ୍ବ ପ୍ରସ୍ତୁତ ହୁଏ l ଯାତ୍ରା ପୂର୍ଵ ଦିନ ରଙ୍ଗୀନ କପଡା ବାଉଁଶ କାଠରେ ସୁ ସଜ୍ଜିତ ଛତର ପ୍ରସ୍ତୁତ ହୁଏ l ଗାଁ ମୁଖିଆ ତଥା ପୂଜକଙ୍କ ବାରଣ୍ଡା ବା ଯାକେରିରେ ପୋତାହୁଏ l ପୋଢ଼କୁ ତେଲ ହଳଦୀ ଓ ଶୀତଳ ଜଳରେ ଗାଧୋଇ ଦିଆଯାଏ l ଗ୍ରାମବାସୀଙ୍କ ପ୍ରତ୍ୟେକ ଘରୁ ଚାଉଳରେ ପ୍ରସ୍ତୁତ ପିଠା ଖାଇବାକୁ ଦିଆଯାଇ ଖମ୍ବରେ ବନ୍ଧାହୁଏ l ପୋଢ଼କୁ ବନ୍ଧାଯାଇଥିବା ଚାରିପାଖରେ କାଦୁଅ କରାଯାଏ ଳ ମୁଖ୍ୟ ପୂଜକ ପୂଜାର୍ଚନା କରି ଭାର୍ଡିପଦା ବା ଭାର୍ଡି ଦେବୀଙ୍କ ନିକଟରେ ବଳୀଦେବା ପ୍ରଥା କେଉଁ ଆବାହନ କାଳରୁ ଅଦ୍ୟାବଧି ରହିଛି l ବାଲିଗୁଡା ଉପଖଣ୍ଡ ଟି ସାନ ଖେମୁଣ୍ଡିଅଂଚଳ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଫଗୁଣ ମାସରେ ଆଦିବାସୀ ପାରମ୍ପରିକ ରୀତିନୀତି ରେ ହୋଇଥାଏ l ଅଣ ଆଦିବାସୀ ମଧ୍ୟ ଏହି ଯାତ୍ରାରେ ସାମିଲ ହୁଅନ୍ତି ଏବଂ ମିଳିମିଶି ଧୁମ ଧାମରେ ଯାତ୍ରା ପାଳନ୍ତି l ବାଲିଗୁଡା ଅଂଚଳରେ ହେଉଥିବା ପୋଢ଼ ବଳୀକୁ ମେରିଆ ପୋଢ଼ଯାତ୍ରା ବି କୁହାଯାଏ l ବାଲିଗୁଡା ଉପଖଣ୍ଡ ମେରିଆ ଅଞ୍ଚଳ ହୋଇଥିବା ରୁ ବାଲିଗୁଡା ବୁଡ଼ାଗୁଡା ପୁସଙ୍ଗିଆ ସିନ୍ଦ୍ରୀଗାଁ ବେଲଘର ସୁଡ୍ରା ରେବିଙ୍ଗିଆ ଅଞ୍ଚଳରେ ହେଉଥିବା ଯାତ୍ରାକୁ ମେରିଆ ପୋଢଯାତ୍ରା କୁହାଯାଏ l ମହାସିଙ୍ଗ ଗଡ଼ରେ ପ୍ରଥମେ ଯାତ୍ରା ହେଲାପରେ ଅନ୍ୟ ଅଞ୍ଚଳରେ ଯାତ୍ରା ହେବା ର ଵିଧି ରହିଛି ଏକ ମାସଧରି କାତୁଲ ମଦ ଓ ମହୁଲି ମଦ ସେବନକରି ନିଶାରେ ମସଗୁଲ ହୋଇ ଉଭୟ ଯୁବକ ଯୁବତୀ, ପୁରୁଷ ମହିଳା ପାରମ୍ପାରିକ ଚାଙ୍ଗୁ ବାଦ୍ୟ ର ତାଳେ ତାଳେ ନୃତ୍ୟ କରନ୍ତି l
What's Your Reaction?