ଉନ୍ମୋଚନ ହେଲା ନିପୁଣ ଓଡିଶା ଲୋଗୋ

କର୍ଲାମୁଣ୍ଡା:୮/୧୦ ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର କର୍ଲାମୁଣ୍ଡା ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ନିପୁଣ ଓଡିଶା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ବିଜୟ ଲଷ୍ମୀ ନାଗ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା,ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ।ଏଥିରେ ରେଙ୍ଗାଲି ସିଆରସିସି ଉଜ୍ଜ୍ୱଳ କୁମାର ସାହୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନ ରେ ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ସମଗ୍ର ଶିକ୍ଷା ଅଭିଯାନ ଏକାଉଣ୍ଟାଣ୍ଟ ପ୍ରଫୁଲ୍ଲ କୁମାର ପାଠି, କ୍ଷୀରୋଦ ବଡମାଲି,କନିଷ୍ଠ କିରାଣୀ ଭୋଜରାଜ ରଣା ,ସିଆରସିସି ହେମନ୍ତ ନାଏକ,ବିଶିକେସନ ସୁନା,ଯୁଗଳ ନାଗ,ଟୁକୁନୁ କୁମାର,ପ୍ରଭାବ ରଞ୍ଜନ ବନଛୋର, ମିଲାଵ କୁମାର ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
What's Your Reaction?






