ଉପ ମୂଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ

ସୁବର୍ଣ୍ଣପୁର :ଲୋକ ଆବାଜ୍. ଇନ(ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା ର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ଵାର୍ଥ ସମ୍ବଳିତ ୧୨ ଦଫା ଦାଵୀ ସମେତ ଦ୍ଵିତୀୟ ଶ୍ରୀକ୍ଷେତ୍ର ବା ଆଧ୍ୟାତ୍ମିକ ଜିଲ୍ଲା ସୁବର୍ଣ୍ଣପୁରକୁ ସଂଯୋଗ ଲାଗି ଜିଲ୍ଲାର ଭକ୍ତଙ୍କ ରହଣୀ ସୁବିଧା ପାଇଁ ପୁରୀ ଶ୍ରୀକ୍ଷେତ୍ର ଠାରେ ଶହେ କୋଠରୀ ବିଶିଷ୍ଟ ଏକ ସ୍ବତନ୍ତ୍ର ଅତିଥି ଭବନ ନିର୍ମାଣର ଦାବୀ ପତ୍ର ପ୍ରଦାନ କଲେ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା କର୍ମକର୍ତ୍ତା । ଏହି ଅବସରରେ ସଂଘ ପକ୍ଷରୁ ସାମ୍ବାଦିକଙ୍କ ସାମାଜିକ, ପାରିବାରିକ, ବୃତ୍ତିଗତ କ୍ଷେତ୍ରରେ ସୁରକ୍ଷା ବିଲ୍, ସାମ୍ବାଦିକ ମାନଙ୍କ ପାଇଁ ପେନସନ ଲାଗୁ କରିବା, ୫ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ସ୍ଵାସ୍ଥ୍ୟ ଵୀମା ରାଶି ବୃଦ୍ଧି କରିବା, ମୃତ୍ୟୁ କାଳୀନ ସହାୟତା ରାଶିକୁ ୪ ଲକ୍ଷରୁ ୧୦ ଲକ୍ଷ ବୃଦ୍ଧି କରିବା, ଅବସର ଭତ୍ତା ପ୍ରଦାନ, ବ୍ୟାଙ୍କ ଋଣ ବ୍ୟବସ୍ଥା ଓ ଅଧିସ୍ବୀକୃତି ବିଧି ବ୍ୟବସ୍ଥା ନୀତିରେ ସରଳୀକରଣ ନୀୟମ ଲାଗୁ ତଥା ସାମ୍ବାଦିକ ମାନଙ୍କ ରହଣି ପାଇଁ ଭୂବନେଶ୍ଵର ରେ ଏକ ଶହେ କୋଠରୀ ବିଶିଷ୍ଟ ଗେଷ୍ଟ ହାଉସ ନିର୍ମାଣ କରିବା ପ୍ରମୁଖ ୧୨ ଦଫା ଦାବିପତ୍ର ପ୍ରଦାନ କରିଥିଲେ l ଏହି ସମୟରେ ରାଜ୍ୟ ସାଂଗଠନିକ ସମ୍ପାଦକ ଙ୍କ ସହ ସଂଘର ସୁବର୍ଣ୍ଣପୁର ଜିଲ୍ଲା କର୍ମକର୍ତା ଓ ସ୍ଥାନୀୟ ବିଭିନ୍ନ ଗଣ ମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ l
What's Your Reaction?






