ଉର୍ଲାଦାନୀରେ ମାଁଙ୍କ ପୂଜା ପାଇଁ ସଜବାଜ

ଏଥର ମଞ୍ଚସ୍ଥ ହେବ ନାଟକ:କଳାକାହ୍ନୁ ମୋର କାଳିଆ ସୁନା
କଳାହାଣ୍ଡି:ଲୋକ୍ ଆବାଜ୍ .ଇନ୍(ବ୍ୟୁରୋ)
:କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ତଥା କଳାହାଣ୍ଡି ଜିଲ୍ଳାର ସୀମାନ୍ତ ପଂଚାୟତ ଉର୍ଲାଦାନୀରେ ମାଁଙ୍କ ଆଗମନ ପାଇଁ ସଜବାଜ ଆରମ୍ଭ ହେଇସାରିଛି । ଆଦିବାସୀ ଅଧ୍ୟୁଷିତ ହେଲେ ବି ୧୯୯୨ ମସିହାରୁ ଆର୍ଭ ହେଇ ଚଳିତ ବର୍ଷ ୩୨ ବର୍ଷ ଧରି ଏହୌି ପଂଚାୟତରେ ପ୍ରତିବର୍ଷ ମାଁଙ୍କ ପୂଜା ହେବା ସହିତ ଏହାର ଏକ ବିଶେଷ ପରିଚୟ,ପ୍ରତିବର୍ଷ ରେଣ୍ଡୋମାଝୀ ମଂଚ ତରଫରୁ ନିଜ ଅଂଚଳର କଳାକାରମାନଙ୍କୁ ନେଇ ମଂଚସ୍ଥ ହେଇଥାଏ ବିଜୟା ଦଶମୀରେ ଏକ ସାମାଜିକ ନାଟକ । ନାଟକ ପାଇଁ ମଂଚ,ଶବ୍ଦ,ଧ୍ୱନୀ,ମ୍ୟୁଜିକ୍ , ନାରୀ କଳାକାର ବାହାରୁ ଅଣାଯାଇ ସଫଳତାର ସହିତ ନାଟକ ମଂଚାୟନ କରିବା ଏକ ପରମ୍ପରାରେ ପରିଣତ ହେଇସାରିଛି । ଚଳିତ ବର୍ଷ ଆସନ୍ତା ୧୩ ତାରିଖରେ ମଂଚସ୍ଥ ହେବାକୁ ଥିବା ଏହି ନାଟକର ନିର୍ଦ୍ଦେଶନା ଗୋକୁଳ ପାତ୍ର,ସହ ନିର୍ଦ୍ଦେଶକ ପିଙ୍କୁ ବାଗ, ପରିଚାଳକ ଗୌତମ ପାତ୍ର ରହିଥିବାବେଳେ ଉପଦେଷ୍ଟା ଭାବରେ ଗଣାଧିପ ପାତ୍ର ଓ କୁଶ ପାତ୍ର ରହିଛନ୍ତି । ତେବେ ସଂପୂର୍ଣ୍ଣ ଦୁର୍ଗାପୂଜା ପରିଚାଳନା ପାଇଁ ଏକ କମିଟୀ ଗଠନ କରାଯାଇଛି । ଯୋଉଥିରେ ସଭାପତି ତ୍ରିନାଥ ପାତ୍ର,ଉପସଭାପତି ଚନ୍ଦନ ଜେନା,ସଂପାଦକ ଶିବ ବାରିକ,ସହ ସଂପାଦକ କ୍ଷିରୋଦମଣି ଧରୁଆ ରହିଛନ୍ତି । ବର୍ତ୍ତମାନ ଏହି ପୂଜା ଅବସରରେ ହେବାକୁ ଥିବା ନାଟକର ରିର୍ହସାଲ୍ ଜୋରଦାର୍ ଚାଲିଥିବାବେଳେ ପୂଜା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି ମଧ୍ୟ ଜୋର୍ ଧରିଛି ବୋଲି ସଂପାଦକ ଶ୍ରୀ ବାରିକ ସୂଚନା ପ୍ରଦାନ କରିଛନ୍ତି । ଏହି ଦୁର୍ଗାପୂଜା ସମୟରେ ଉର୍ଲାଦାନୀ ପଂଚାୟତ ସମେତ ପଡ଼ୋଶୀ କନ୍ଧମାଳ ଜିଲ୍ଲାରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।
What's Your Reaction?






