ବ୍ଲକ କଲୋନୀ ଉ. ପ୍ରା. ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ମହାଆଡମ୍ବରରେ ଅନୁଷ୍ଠିତ।

Oct 1, 2024 - 21:52
 0  12
ବ୍ଲକ କଲୋନୀ ଉ. ପ୍ରା. ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ମହାଆଡମ୍ବରରେ ଅନୁଷ୍ଠିତ।

ବାଲିଗୁଡା :ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି ଲୋକକଳା 2024 ନୂଆଗାଁ ସ୍ଥିତ ବ୍ଲକ କଲୋନୀ ଉ. ପ୍ରା. ବିଦ୍ୟାଳୟ ଠାରେ ସି. ଆର୍. ସିସି ସୁଜିତ୍ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାଆଡମ୍ବରରେ ରେ ଆୟୋଜିତ ହୋଇଅଛି । ଏଥିରେ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।

ଓଡିଶା ର ଲୋକ କଳା, ସ୍ଥାପତ୍ୟ, ଶିଳ୍ପ କଳା, ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସୃଜନଶୀଳ ଲିଖନ ମାଧ୍ୟମରେ ପିଲାଙ୍କ ହୃଦୟ ରେ କିପରି ଓଡ଼ିଆ ର ଗର୍ବ, ଗୌରବ,ପରିଚୟ ଓ ସ୍ବାଭିମାନ ଅକ୍ଷୁର୍ଣ୍ଣ ରହିବ ସେଥିରେ ସ୍ଥାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନୀ ସଭାରେ ବି ଆର ସିସି ଚୈତନ୍ୟ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ ସୁରେନ୍ଦ୍ରନାଥ ଦାଶ, ହରିହର ମଲିକ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋନଜ କୁମାର ରଥ, ସୁଷମା ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଉଦଯାପନୀ ସଭାରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲିକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ରନାଥ ଦାଶ, ଶ୍ରୀଯୁକ୍ତ ହରିହର ମଲିକ ଓ ଶ୍ରୀମତୀ ସୁଷମା ନାୟକ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କୁଡୁତୁଲି ଓ କିଲୁପଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟକାନ୍ତ ସାହୁ, ରାଧାକାନ୍ତ ପ୍ରଧାନ, ତଥା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ କୁ ସଂଯୋଜକ ଶ୍ରୀ ଦାଶ ସୁଚାରୁ ରୂପେ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପକୃତ ହୋଇଥିବା ଛାତ୍ର ଛାତ୍ରୀ ଆସନ୍ତା ଅକ୍ଟୋବର ୪ ତାରିଖ ରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

What's Your Reaction?

like

dislike

love

funny

angry

sad

wow