ବରାଳଦେବୀ ଯୁବନାଟ୍ୟ ସଂସଦ ର ବହି ଓ ଷ୍ଟେଜପୂଜା କାର୍ଯ୍ୟକ୍ରମ l ଆସନ୍ତା ୨ ତାରିଖ ରେ ପରୁଭଟା ଗାଁ ରେ ନାଟକ" ଶକୁନି ମାମୁଁ ଙ୍କ କୁଟ ଚକ୍ରାନ୍ତ ମଞ୍ଚସ୍ଥ ହେବ

Oct 30, 2024 - 20:27
 0  72
ବରାଳଦେବୀ ଯୁବନାଟ୍ୟ ସଂସଦ ର  ବହି ଓ ଷ୍ଟେଜପୂଜା କାର୍ଯ୍ୟକ୍ରମ l ଆସନ୍ତା ୨ ତାରିଖ ରେ  ପରୁଭଟା ଗାଁ ରେ ନାଟକ" ଶକୁନି ମାମୁଁ ଙ୍କ କୁଟ ଚକ୍ରାନ୍ତ ମଞ୍ଚସ୍ଥ ହେବ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମାଆ ବରାଳଦେବୀ ଯୁବନାଟ୍ୟ ସଂସଦ ର ବହି ପୂଜନ ଓ ଷ୍ଟେଜପୂଜା କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି l ମାଆ ବରାଳଦେବୀ ଯୁବନାଟ୍ୟ ଅନୁଷ୍ଠାନ ର ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ବହିପୂଜନ କାର୍ଯ୍ୟକ୍ରମ ରେ ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି, ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, କୋଷାଧ୍ୟକ୍ଷ ଜଗନ୍ନାଥ ବିଷୋୟୀ ଗ୍ରାମ୍ୟ କମିଟି ସଭାପତି ଜଳେନ୍ଦ୍ର ପାତ୍ର, ଲଳିତ ପାତ୍ର ପ୍ରମୁଖ ଏବଂ ସମସ୍ତ କଳାକାର ବୃନ୍ଦ ଉପସ୍ଥିତ ଥିଲେ l ଏହି ନାଟକ ର ନିର୍ଦ୍ଦେଶକ ପ୍ରଦୀପ ମଲ୍ଲିକ, ସହ ନିର୍ଦ୍ଦେଶକ ଭାବେ ଶୁକଦେବ ନାୟକ,ଓ ସଂଗୀତ ନିର୍ଦ୍ଦେଶକ ଭାବେ ସୁନୀଲ ନାୟକ ଦାୟିତ୍ୱ ନେଇଛନ୍ତି l ନୂଆସାହି ଗ୍ରାମ୍ୟ କମିଟି ଏହି ନାଟକ କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣା ପଡିଛି

What's Your Reaction?

like

dislike

love

funny

angry

sad

wow