ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳିତ

ନୂଆପଡ଼ା :ଲୋକ ଆବଜ୍.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟାଳୟ ପରିସରରେ ଏନ୍ ଏ ସି ଅଧ୍ୟକ୍ଷ ମହମ୍ମଦ ଆଦମଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି ,ଜିଲ୍ଲାପାଳ ମଧୁସୂଦନ ଦାଶ ବିଶିଷ୍ଟ ଅତିଥି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହର ଉନ୍ନୟନ ପରିଷଦ ନୂଆପଡ଼ା ଲମ୍ବୋଦର ଧରୁଆ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।
ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ସଭାର ଆୟୋଜନ କରିଥିଲେ । ସମସ୍ତଙ୍କୁ ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ସଭାରେ ଶପଥ ପାଠ କରାଯାଇଥିଲା ।ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନଥିବା ସଫେଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।ଏହାପରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶେଷରେ ବଡା ଖାନାରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଏସ ଆର୍ ଏ ତଥା କଳାକାର ବିଭୁ ଦତ୍ତ ମିଶ୍ର ସଂଯୋଜନା କରିଥିଲେ ।
What's Your Reaction?






