ଉପଖଣ୍ଡ କ୍ରୀଡା ସଂଘ ଦ୍ୱାରା ଦୌଡକୁଦ ପ୍ରତିଯୋଗିତ
ବାଲିଗୁଡା -ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁତା ଉପଖଣ୍ଡ କ୍ରୀଡା ସଂଘ ଦ୍ୱାରା ଦୌଡକୁଦ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା ପାଟଖଣ୍ଡା ମନ୍ଦିରରେ ପୁଜାର୍ଚ୍ଚନା କରି ମସାଲ ଧରି ଖେଳ ପଡିଆ କୁ ଯାଇଥିଲେ । ଏଥିରେ ଉପଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇ ପତାକା ଉତୋଳନକରି ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜକ ସଂଘର ସମ୍ପାଦକ ଶୁଶାନ୍ତ କୁମାର ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ବ୍ୟକ୍ତଗତ ଭାବେ ଚମ୍ପିୟାନ ଜୁନିୟର ଚମ୍ପିୟାନ ବଙ୍ଗଳ ବିଭାଗରୁ ଛାତ୍ର ରାହୁଲ ମଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଳିକା ବିଭାଗର ଛାତ୍ରୀ ରୁପାଲି ପ୍ରଧାନ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ,ବାଲିଗୁଡା ସେହିଭଳି ବରିଷ୍ଠ ବିଭାଗର ଚମ୍ପିୟାନ ସୋହନ ସୁଆର ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଏବଂ ମହିଳା ବିଭାଗରେ ସୁମିତ୍ରା ଶବର ଆଦିବାସୀ ମହାବିଦ୍ୟାଳୟର ଛାତ୍ରୀ ସେହିଭଳି ଦଳଗତ ଭାବେ କନିଷ୍ଠ ବିଭାଗର ଓଡିଶା ଆଦର୍ଶ ବିଦ୍ୟାଳୟର ଏବଂ ବରିଷ୍ଠ ବିଭାଗରେ ଆଦିବାସୀ ମହାବିଦ୍ୟାଳୟର ଚମ୍ପିୟାନ ହୋଇଛନ୍ତି । ଉଦଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡାଅଧିକାରୀ ସମିର କୁମାର ନାୟକ,ଉପଖଣ୍ଡ କ୍ରୀଡା ସଂଘର ଉପସଭାପତି ସତ୍ୟନାରାୟଣପାଢୀ ସମ୍ପାଦକ ଶୁଶାନ୍ତ କୁମାର ଦାସ, ସୁରେନ୍ଦ୍ର ପାତ୍ର,ଉପସ୍ଥିତ ରହି ଥିଲେ l ଏଥିରେ ୧୭ଗୋଟି ହାଇସ୍କୁଲ ୬ଗୋଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମୁଦାୟ ୩୦୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ କୃତି ପ୍ରତିଯୋଗି ମାନେ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପରେ ରାଜ୍ୟ ସ୍ତରକୁ ଯିବାର କାର୍ଯ୍ୟକ୍ରମ ରହିଛି ।
What's Your Reaction?