ଔଷଧୀୟ ମଶାରୀ ବଣ୍ଟନ ଶୁଭାରମ୍ଭ

Feb 24, 2025 - 17:56
Feb 24, 2025 - 18:08
 0  7
ଔଷଧୀୟ ମଶାରୀ ବଣ୍ଟନ ଶୁଭାରମ୍ଭ

ଔଷଧୀୟ ମଶାରୀ ବଣ୍ଟନ ଶୁଭାରମ୍ଭ

କଳାହାଣ୍ଡି:: ଲୋକ୍ ଆଵାଜ୍,ଇନ୍( ବ୍ୟୁରୋ)

:- କଳାହାଣ୍ଡି ଜିଲ୍ଲା ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ପାଇକ ପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ପରିସର ରେ ଔଷଧୀୟ ମଶାରୀ ବଣ୍ଟନ ଶୁଭାରମ୍ଭ ହୋଇ ଯାଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀନିବାସ ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ବିଡ଼ିଓ ସବ୍ୟସାଚୀ ବେହେରା, ସରପଂଚ ବୀଣାପାଣି ସାହୁ, ସାଂସଦ ପ୍ରତିନିଧି ପ୍ରତାପ ରଣା , ଡାକ୍ତର ଶ୍ରୀନିବାସ ସାମଲ ଯୋଗ ଦେଇ ମଶାରୀ ବଣ୍ଟନ ଶୁଭାରମ୍ଭ କରିବା ସହ ମଶାରୀ ବ୍ୟବହାର ର ଉପକାରିତା ସଂପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ କୁ ଭି ଭି ଡି ଟି ଏସ ଜ୍ଞାନେନ୍ଦ୍ର ଭୋଇ ପରିଚାଳନା କରିଥିବା ବେଳେ ବି ପିଏମ୍ ଓ  ସନ୍ଦୀପ କୁମାର ସିଂ, ଫାର୍ମାସୀ ଅଫିସର ଗୋପାଳ ଚନ୍ଦ୍ର ଭୋଇ, ଏମ୍ ପି ଏଚ ଏସ ରୁଦ୍ର ବାରିକ, ବିରେନ୍ଦ୍ର ସାହୁ, ମୋହନ ନାଏକ, ସ୍ବାସ୍ଥ୍ୟ କର୍ମୀ ସଂଜୁଲତା ନାଏକ, ରୁଦ୍ରକାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶୁଭାରମ୍ଭ ପରେ ହିତାଧିକାରୀ ଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା । ଏଥି ସହିତ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଦ୍ଵାରା ମଶାରୀ ବଣ୍ଟନ କରାଯାଇଥିବା ଜଣାଯାଇଛି।

What's Your Reaction?

like

dislike

love

funny

angry

sad

wow