୧୫ ବର୍ଷ ରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପ ର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ*

Apr 10, 2025 - 20:52
 0  5
୧୫ ବର୍ଷ ରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପ ର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ*

ସୋନପୁର: ଲୋକ ଆବାଜ୍.ଇନ୍;(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟ କୁ ଅତିଥି ଭାବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଭେଟରାନ ଫୁଟବଲ ଖେଳାଳୀ ତଥା ବିନିକା ଏନ୍ ଏ ସି ର ପ୍ରାକ୍ତନ କାର୍ଯ୍ଯ ନିର୍ବାହୀ ଅଧିକାରୀ ଆଶାରାମ ନାଏକ, ସ୍ବଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ର ସଭାପତି ଶୟଦ୍ ଅଲିମୁଲ୍ ଇସଲାମ ଯୋଗ ଦେଇ ମ୍ୟାଚ୍ କୁ ଉଦ୍ଘାଟନ କରି ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ l

ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଆଜି ର ପ୍ରଥମ ମ୍ୟାଚ୍ ବି ଏସ ଏ ଉଲୁଣ୍ଡା ଓ ରାମ ଧୂନ୍ ବି ମଧ୍ୟ ରେ ଅନୁଷ୍ଟିତ ସୋଇଥିବା ବେଳେ ରାମଧୂନ୍ କ୍ଳବ୍ ( ଏ ) ଓ ରାମଜୀ କ୍ଳବ୍ ନିମ୍ନା ମଧ୍ୟରେ ଦ୍ଵିତୀୟ ମ୍ୟାଚ , ଓ ରାମ ଧୂନ୍ କ୍ଳବ୍ ସି ଓ ବି ଏମ୍ ପୁର ଇଲେ ଭେନ୍ ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା l ପ୍ରଥମ ମ୍ୟାଚ୍ ରେ ୧-୦ ଗୋଲ ରେ ଉଲୁଣ୍ଡା ଦଳ ବିଜୟୀ ହୋଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ୧-୦ ଗୋଲ ରେ ନିମ୍ନl ଦଳ ଓ ତୃତୀୟ ମ୍ୟାଚ ୧-୦ ଗୋଲ ରେ ରାମଧୁନ ସି ବିଜୟୀ ହୋଇଛି l ସମସ୍ତ ମ୍ୟାଚ କୁ ମୁଖ୍ୟ ରେଫରୀ ଭାବେ ଅନିଲ ଭୋଇ, ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ ,  ଅନିଲ ଭୋଇ ଅନିତା ମହାକୁଡ, ଖେଳ ପରି ଚାଳନା କରିଥିଲେ l ଦିଲ୍ଲୀପ ପାତ୍ର ଓ ମନୋରଞ୍ଜନ ତ୍ରୀପାଠୀ ଓ ଦିଗାମ୍ବର ଶତପଥି ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱା ଵଧାନ ରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ଙ୍କ ସମେତ ଚନ୍ଦନ , ରଂଜୁ, ଅନିଲ, ଶିବ, ଚାହଦ, ରବି, ଚୈତ୍ୟନ୍ୟ, କିରଣ, ସଦା, ପୁରେନ, କଲିମ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow