ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ସହ ବି ଏମ ଏସ ଓ ସି ଆର୍ ପି ସଂଘର ବୈଠକ

ନୂଆପଡ଼ା :ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଯୋଗେନ୍ ପଦର ଠାରେ ସି ଆର୍ ପି ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସି ଆର୍ ପି ସଂଘ ସମ୍ପାଦିକା ତୁଳସୀ ହାନ୍ତାଳ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ ଭାରତୀୟ ମଜଦୂର ସଂଘ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନା ମୁଖ୍ୟ ବକ୍ତା ରୂପେ ଅଳଙ୍କୃତ ଥିଲେ।ଦିନକୁ ଦିନ ବିଭିନ୍ନ କର୍ମ ସଂସ୍ଥାନ ଗୁଡ଼ିକର କାର୍ଯ୍ୟ କର୍ତ୍ତା ବି ଏମ ଏସ ରେ ସାମିଲ ହେଇଥିବା ଦେଖିବାକୁ ମିଳୁଥିଲା ଏବଂ ଆଜି ନୂଆପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକର ସି ଆର୍ ପି ମାନେ ବି ଏମ ଏସ ରେ ନାମ ପଞ୍ଜିକରଣ କରି ବି ଏମ ସହ ଅନୁବନ୍ଧିତ ହେବା ଦୃଷ୍ଟିକୁ ଆସିଛି ।ଉଭୟ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ବି ଏମ ଏସ ସଦା ସର୍ବଦା ସହଯୋଗ କରି ଆସୁଛି ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ମିଶନ ଶକ୍ତିକୁ ପ୍ରାଧାନ୍ୟତା ଦେଇ ନାରୀ ସଶକ୍ତି କରଣ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।ଏହି ପରିପ୍ରେକ୍ଷିରେ ସର୍ବ ସମ୍ମତି କ୍ରମେ ମିନତୀ ପଣ୍ଡାଙ୍କୁ ଜିଲ୍ଲା ସଂଘର ସଭାନେତ୍ରୀ ଓ ମିନା ମେହେରଙ୍କୁ ଜିଲ୍ଲା ସଂଘର ସମ୍ପାଦିକା ଭାବରେ ଚୟନ କରାଯାଇଥିବାବେଳେ ଖିରମତି ରାଉତଙ୍କୁ କୋଷାଧ୍ୟକ୍ଷା ଦାୟୀତ୍ୱ ପ୍ରଦାନ କରାଗଲା ।ପୁଣି ଦଶ ଜଣିଆ ଏକସହଯୋଗି ଦଳ ମଧ୍ୟ ତିଆରି କରାଯାଇଛି ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଙ୍କୁ ସହଯୋଗ କରି ସଂଘକୁ ଆଗେଇ ନେବା ପାଇଁ ।ଆଜିର ବୈଠକରେ ରାୟଗଡ଼ା ଜିଲ୍ଲାରୁ ଭାରତୀ ନାୟକ,ମାଧୁରୀ ଅନାରସିଂ ଓ ଜଗମା ପର୍ଶିକା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ।ସି ଆର୍ ପି ରେବତୀ ସାହୁ,ଗୌରୀ ତାଣ୍ଡି,ଭୂମିଶୁତା ମାଝୀ, ଜୁଲି ମାଝୀ,ଅନାଦି ବାଗ ସମେତ ଅନ୍ୟ ସି ଆର୍ ପି ମାନେ ସହଯୋଗ କରିବା ସହିତ ସମସ୍ତ ଆୟୋଜନ କରିଥିଲେ ।
What's Your Reaction?






