ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ

Nov 23, 2024 - 07:13
 0  18
ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)

କଣ୍ଟାମାଳ ବ୍ଲକ କୁଲୁତାଜୋର ପଞ୍ଚାୟତ ଅନ୍ତର୍ଗତ ନୁଆଁପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଉଦଯାପିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ଖେତିଙ୍କ ତତ୍ବାବଧାନ ଏବଂ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଜ୍ଞାନିକ ପ୍ରଦର୍ଶନୀ ମେଳାର ଉଦଯାପନୀ ଦିବସରେ ଜିଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟଅତିଥି, ଜିଲା ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ବିଦ୍ୟଶଙ୍କର ରାଉତ ମୁଖ୍ୟବକ୍ତା ଏବଂ ଜିଲା ପରିଷଦ ସଭ୍ୟା ସୁମିତ୍ରା ସାହୁ, କଣ୍ଟାମାଳ ବିଇଓ ସନୋଜ କୁମାର ସେଠି, ହରଭଙ୍ଗା ବିଇଓ ଅଜୟ କୁମାର ଲୁହା, ବୌଦ୍ଧ ବିଇଓ ଉପେନ୍ଦ୍ର କୁମାର ପ୍ରଧାନ, ଜିଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ବିଷୟରେ ବକ୍ତବ୍ୟ ରଖିଥିଲେ l ଏହାପରେ ବାଲ ବୈଜ୍ଞାନିକଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପକୁ ଅତିଥିମାନେ ବୁଲି ଦେଖିବା ସହିତ ପ୍ରକଳ୍ପ ବିଷୟ ପଚାରିଥିଲେ ଓ ପିଲାଙ୍କୁ ଉତ୍ସlହିତ କରିଥିଲେ l ମେଳାରେ ପ୍ରଦର୍ଶିତ ୨୧ଟି ପ୍ରକଳ୍ପ ମଧ୍ୟରୁ ବିଭିନ୍ନ ବର୍ଗରୁ ୭ଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇଛି l ତିଳେଶ୍ୱର ସ୍କୁଲର ଛାତ୍ରୀ ଆଶାରାଣୀ ପ୍ରଧାନ, ଶୁଣ୍ଢିପଦର ସ୍କୁଲର ଛାତ୍ରୀ ଇତିଶ୍ରୀ ସିଂହ, ତେଲିବନ୍ଧ ସ୍କୁଲର ଛାତ୍ର ଗୁପ୍ତେଶ୍ୱର ମେହେର, ସଂଗ୍ରାମପୁର ସ୍କୁଲର ଛାତ୍ର ବିଭୁତି କୁମ୍ଭାର, ଦହ୍ୟା ସ୍କୁଲର ଛାତ୍ର ରବୀନ୍ଦ୍ର ମହାକୁଡ଼, ଛତ୍ରଙ୍ଗ ସ୍କୁଲର ଛାତ୍ର ଶକ୍ତି ପ୍ରସାଦ ମିଶ୍ର ଓ ଟୁଟୁସିଙ୍ଗା ସ୍କୁଲର ଛାତ୍ର ଜଗନ ପ୍ରଧାନଙ୍କ ପ୍ରକଳ୍ପ ଯଥାକ୍ରମେ ମନୋନୀତ ହୋଇଛି l ବୌଦ୍ଧ ପଞ୍ଚାୟତ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଓ ବୌଦ୍ଧ ଏମଡିସିର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ପ୍ରଭୁଦତ୍ତ ହୋତା ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଚୟନ କରିଥିଲେ l ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି l ଶିକ୍ଷକ ଭବାନୀଶଙ୍କର ପାଣିଗ୍ରାହୀ ମଞ୍ଚ ସଂଯୋଜନା ଏବଂ ଶିକ୍ଷକ ଜବରସିଂ ବନଛୋର ଧନ୍ୟବାଦ ଦେଇଥିଲେ l ଗତକାଲି ସନ୍ଧ୍ୟାରେ ନୂଆଁପାଲି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ଖୁସି ହୋଇ ଜିଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ ପ୍ରଧାନ ମୋ ସ୍କୁଲ ଅଭିଯାନକୁ ୧୦ ହଜାର ଅର୍ଥ ରାଶି ସହଯୋଗ କରିଛନ୍ତି l କର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ନୂଆପାଲି ସ୍କୁଲର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow