ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା

କଳାହାଣ୍ଡି:ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ.ରାମପୁର ମିଶନ ଶକ୍ତି ତରଫରୁ ସୁଭଦ୍ରା ଶକ୍ତିମାନଙ୍କୁ ନେଇ ଏକ ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେଇଯାଇଛି । ମିଶନ ଶକ୍ତି ସଂଯୋଜକ ବିପିନ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ମ.ରାମପୁର ବ୍ଲକର ବିଭିନ୍ନ ପଂଚାୟତରୁ ୧୫ଗୋଟି ମହିଳା ସଂଘର ସଦସ୍ୟାମାନେ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିଥିଲେ । ବିଚାରକ ଭାବରେ ତହସିଲଦାର ସୁଧାକର ରଇତ, କାର୍ଯ୍ୟନିର୍ବାହୀ ସିଡ଼ିପିଓ ଶର୍ମିଲା ବେହେରା,ଜିପିଡ଼ିଓ କୁଳମଣି ସିଂରାୟ,ଶିକ୍ଷୟିତ୍ରୀ ସୁନାସୁତା ହାତୀ ଯୋଗଦେଇଥିଲେ । ମଂଚ ପରିଚାଳନା କରିଥିଲେ ସାମ୍ବାଦିକ ହେମନ୍ତ ସାହୁ । ଏଥିରେ ମ.ରାମପୁର ପୁଲିସ ପଡ଼ାର ଓମ ସାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ ଓ ମାଁ ମାଣିକେଶ୍ୱରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ପୁଲିସ ପଡ଼ା ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ପ୍ରକଳ୍ପର ସିଆରପି,ଏମ ବିକେ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
What's Your Reaction?






