ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ ଉଦଯାପିତ ବରଗଡ଼ ବିଜେତା:ନୂଆପଡ଼ା ଉପ ବିଜେତା

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)
- କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଅନ୍ତର୍ଗତ ମୋହନ ଗିରି ଠାରେ ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଗତ ୨୩ ତାରିଖରୁ ଆରମ୍ଭ ହେଇଥିବା ରାଜ୍ଯ ସ୍ତରୀୟ ଧବଳେଶ୍ଵର କ୍ରିକେଟ କପ୍ ର ଫାଇନାଲ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ବରଗଡ଼ ଓ ନୂଆପଡ଼ା ମଧ୍ୟ ରେ ଚୂଡାନ୍ତ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା । ଏଥରେ ଟସ୍ ଜିଣି ନୂଆ ପଡ଼ା ଦଳ ବୋଲିଂ ନିଷ୍ପତ୍ତି ନେଇଥିଲେ । ବରଗଡ଼ ଦଳ ନିର୍ଦ୍ଧାରିତ କୋଡ଼ିଏ ଓଭର୍ ମଧ୍ୟରୁ ୧୯ ଓଭର ରେ ସମସ୍ତ ୱିକେଟ ହରାଇ ୨୪୦ ରନ୍ ସଂଗ୍ରହ କରିଥିବା ବେଳେ ନୂଆପଡ଼ା ଦଳ ୧୯.୪ ଓଭର ରେ ସମସ୍ତ ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲେ ।
ବରଗଡ଼ ଦଳ ର ବାବୁ ରଣା ୨୬ ରନ୍, ତିନି ୱିକେଟ ନେଇ ମ୍ୟାନ ଅଫ୍ ଦ ମ୍ୟାଚ ପାଇଥିବା ବେଳେ ନୂଆପଡ଼ା ଦଳ ର ମଣ୍ଟୁ ପୁଟେଲ ୧୨୭ ରନ୍ ସମୁଦାୟ ହାସଲ କରି ମ୍ୟାନ ଅଫ୍ ଦି ସିରିଜ୍ ରେ ପୁରସ୍କୃତ ହୋଇଥିଲେ । ଆଜିର ମୁଖ୍ୟ ଅତିଥି ଭାବରେ ସାଗର ଚରଣ ଦାସ ବିଧାୟକ ଭବାନୀପାଟଣା, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମହେନ୍ଦ୍ର କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବରେ ମ ,ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂଦେଓ , ପ୍ରକାଶ ଚନ୍ଦ୍ର ମାଝୀ, ବୈଦ୍ୟ ନାରାୟଣ ଭୋଇ, ମୋହନ ଗିରି ସରପଂଚ ସୁରେନ୍ଦ୍ର ଧରୁଆ, ସିଂହ ପୁର ସରପଂଚ ଉଚ୍ଛବ ପ୍ରଧାନ, ମୋହନ ଗିରି ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ବାଳ, କର୍ଣିପାଲ ସିଂ ରାଠୋର, ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ, ସଂପାଦକ ଲକ୍ଷ୍ମୀକାନ୍ତ ବେହେରା, ଉପସଭାପତି ସୂର୍ଯ୍ୟ ନାରାୟଣ ସାହୁ,ସହ ସଂପାଦକ ଦିବାକର ସାହୁ ଯୋଗଦେଇଥିଲେ । ଆଜିର ମ୍ୟାଚରେ ରାଧାକାନ୍ତ ବେହେରା ଏବଂ ସତ୍ୟନାରାୟଣ ମହାପାତ୍ର ଅମ୍ପେୟାର, ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ତୁଲାଇ ଥିଲେ । ଶଶିକାନ୍ତ ମାଝୀ ଏବଂ ସପ୍ନେଶ୍ୱର କର୍ମୀ ଧାରା ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ଏହି ୨୦ ତମ ମ୍ୟାଚ୍ ରେ କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ନୟାଗଡ଼ ଜିଲ୍ଲା ରୁ ୮ ଗୋଟି ଦଳ ସାମିଲ ହୋଇ ଥିଲେ । ପ୍ରତ୍ୟହ ଏହି ମ୍ୟାଚ୍ ଦେଖିବାକୁ ଅଞ୍ଚଳ ର ହଜାର ହଜାର କ୍ରୀଡା ପ୍ରେମୀ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
What's Your Reaction?






