ରାଜପୁର ସମିତି ସଭ୍ୟା ଙ୍କ ସ୍ୱାମୀ ଙ୍କ ପରଲୋକ
କର୍ଲାମୁଣ୍ଡା:୧୩/୮ଲୋକ ଆବାଜ. ଇନ/ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସମିତି ସଭ୍ୟା ନିରୂପମା ଭୋଇ ଙ୍କ ସ୍ୱାମୀ ଙ୍କ ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ମତେ ସମିତି ସଭ୍ୟା ଙ୍କ ସ୍ୱାମୀ ହେମାରବିନ୍ଦ ଭୋଇ (୪୮) ବୁଧବାର ଅସୁସ୍ଥ ହେବାରୁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆସିଥିଲେ ଓ ଡାକ୍ତର ଖାନା ରେ ହିଁ ହୃଦଘାତ ରେ ମୃତ୍ୟୁ ଘଟିଥିବା ଜଣାପଡିଛି।ତାଙ୍କ ର ଦୁଇ ଝିଅ ଓ ପତ୍ନୀ ତଥା ସାନ ଦୁଇ ଭାଇ ଅଛନ୍ତି। ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଜଡିତ ହେବା ସହ ରାଜପୁର ପଞ୍ଚାୟତ କନ୍ଧ ସମାଜ ର ଯୁବ ସଭାପତି ଥିଲେ। କନ୍ଧ ସମାଜ ର ଯୁବ ସଙ୍ଘଠକ ଭାବେ ବେଶ ସୁନାମ ଅର୍ଜନ କରିଥିଲେ।ତାଙ୍କ ବିୟୋଗ ରେ କନ୍ଧ ସମାଜ ର ବିରାଟ କ୍ଷତି ଘଟିଛି ବୋଲି ଆଦିବାସୀ ନେତା ନନ୍ଦି କିଶୋର ଭୋଇ ପ୍ରକାଶ କରିଛନ୍ତି।
What's Your Reaction?