କର୍ଲାମୁଣ୍ଡା ଠାରେ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

କର୍ଲାମୁଣ୍ଡା:ଲୋକ ଆବାଜ.ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ସମ୍ମାନିତ ଅତିଥି ଭାବେ ତହସିଲଦାର ଅରୁଣ ବର୍ଗେ,ସିଡିପିଓ କଳ୍ପଳତା ତ୍ରିପାଠୀ,ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ,କ ଯୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇ କଳାହାଣ୍ଡି ଜିଲ୍ଲା ଗଠନ ସମ୍ବନ୍ଧରେ ଆଲୋକପାତ କରିଥିଲେ।ସଭା କାର୍ଯ୍ୟ ରେ ରେଗଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ମିଶ୍ର ସଂଯୋଜନା କରିଥିଲେ।
ଏଥିରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପୁରସ୍କାର ବିତରଣ ସଭାରେ କ୍ଲର୍କ ପ୍ରଦୀପ ମାଝୀ,ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ପ୍ରସନ୍ନ କୁମାର ସାହୁ ପରିଚାଳନା କରିଥିଲେ।
What's Your Reaction?






