ବିଡ଼ିଓ ଙ୍କ ସହ ଯୁକ୍ତି ତର୍କ ଓ ହାତା ହାତି ଘଟଣା ରେ ଜେଲ୍ ଗଲେ ସାମ୍ୱାଦିକ..........ରାତି ଅଧିଆ ପୋଲିସ ର କୋର୍ଟ ଚାଲାଣ କୁ ନେଇ ପ୍ରତିବାଦ କଲେ ସାମ୍ୱାଦିକ!!!!!!

Nov 3, 2024 - 08:39
 0  64
ବିଡ଼ିଓ ଙ୍କ ସହ ଯୁକ୍ତି ତର୍କ ଓ ହାତା ହାତି ଘଟଣା ରେ ଜେଲ୍ ଗଲେ ସାମ୍ୱାଦିକ..........ରାତି ଅଧିଆ ପୋଲିସ ର କୋର୍ଟ ଚାଲାଣ କୁ ନେଇ ପ୍ରତିବାଦ କଲେ ସାମ୍ୱାଦିକ!!!!!!

 ସୁବର୍ଣ୍ଣପୁର;୨/୧୧ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୋନପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ପୌର ଅଧିକାରୀ ସୌମ୍ୟ ରଂଜନ ସ୍ବାଇଁ ଙ୍କ ସହ ଯୁକ୍ତି ତର୍କ, ଦୁର୍ବବ୍ୟବହାର ପ୍ରଦର୍ଶନ ଓ ମାରପିଟ ଘଟଣା ରେ ଜେଲଗଲେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଧୀରେନ୍ଦ୍ର ଦାନୀ l ଗତକାଲି ସଂଧ୍ୟାରେ ସଦର ବିଡିଓ ଙ୍କୁ ଏହି ଗଣମାଧ୍ୟମ ପ୍ରତିନିଧି ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ,ସରକାରୀ କାର୍ଯ୍ୟରେ ବାଧାଦେବା ,ଜୋର ଜବରଦସ୍ତ ବିନା ଅନୁମତିରେ କାର୍ଯ୍ୟାଳୟକୁ ପ୍ରବେଶ କରିବା ,ଅଶ୍ଳିଳ ଭାଷା ପ୍ରୟୋଗ କରିବା ତଥା ଆକ୍ରମଣ କରିବା ବିଷୟ ଥାନାରେ ସଂଧ୍ୟା ୬ ଟା ରେ ବିଡିଓ ଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା l

 ଗତକାଲି ବିଳମ୍ବିତ ରାତିରେ ପୋଲିସ ଅଭିଯୁକ୍ତ ଗଣମାଧ୍ୟମ ପ୍ରତିନିଧିକୁ ଗିରଫ କରି ଜମାନତ ଖାରଜ ହେବା ପରେ ଜେଲକୁ ପଠେଇ ଦିଆଯାଇଛି । ଆଜି ସଦର ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବ୍ଲକ୍ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପି ଇ ଓ, ଏ ଘଟଣା ର ଦୃଢ଼ ନିନ୍ଦା କରି ବିଡିଓ ଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିବା , ଆକ୍ରମଣ କରିବାର ପ୍ରତିବାଦ କରିଛନ୍ତି । କର୍ମଚାରୀମାନେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଦୋଷୀ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୁକ୍ତ ସାମ୍ବାଦିକ ଧିରେନ୍ଦ୍ର ଦାନୀଙ୍କୁ ଭାରତୀୟ ନ୍ୟାୟ ସଂହିତା 115(2) ,132 ,121(1) ,309(6) , 351(’3),332(ସି) ଧାରାରେ ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥାପନ କରି ବେଲ ନ ମିଳିବାରୁ ଜେଲ ହାଜତକୁ ପଠେଇ ଦିଆଯାଇଛି l ତେବେ ଜିଲ୍ଲାପାଳ ବ୍ଳକର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା କୁ , ଓ ଏହା ଦୁର୍ଭାଗ୍ୟଜନକ ଘଟଣା କହି ଅଭିଯୁକ୍ତ ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ଯେମିତି କେହି ବି ଆଉ ଅଫିସର, କର୍ମଚାରୀଙ୍କ ଉପରେ ଆକ୍ରମଣ କରିବାକୁ ସାହସ କରିବେନି ବୋଲି ସାମ୍ୱାଦିକ ଙ୍କୁ କହିଛନ୍ତି l ଏ ଘଟଣାର ଦୃଢ଼ ନିନ୍ଦା କରି ଦୋଷୀ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ କରିଛୁ ବୋଲି ଜିଲ୍ଲା ଅଣ ଗେଜେଟେଡ କର୍ମଚାରୀ ସଂଘ ସଂପାଦକ ଦିନେଶ ରଞ୍ଜନ ମିଶ୍ର କହିଛନ୍ତି l ଯଦି ଆମ ଅଫିସର ସୁରକ୍ଷିତ ନୁହେଁ ତାହେଲେ କର୍ମଚାରୀ କିଭଳି ସୁରକ୍ଷିତ ରହିବେ ବୋଲି ମହିଳା କର୍ମଚାରୀ ସୁମିତ୍ରା ସାହୁ ମତ ରଖିଛନ୍ତି l ଏବଂ କେଉଁ ଗୋଟେ ଜବରଦଖଲ ଜମି ବିଷୟ ରେ ପୌର ବିଭାଗ କାମରେ ଆଲୋଚନା କରି ହଠାତ୍ ରାଗି ଯାଇ ଶ୍ରୀ ଦାନୀ ବିଡ଼ିଓ ଙ୍କୁ ଅlତର୍କିତ ଆକ୍ରମଣ କରିଛନ୍ତି ବୋଲି ପ୍ରତ୍ୟକ୍ଷ ଦର୍ଶୀ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ ପ୍ରକାଶ କରି ବୁଝାମଣା ରେ ସବୁ କାମ କରିବାକୁ ଲୋକ ଙ୍କୁ ନିବେଦନ କରିଛନ୍ତି l ସେପଟେ ମୁଁ ତଥ୍ୟ ସଂଗ୍ରହ ପାଇଁ ବ୍ଲକ୍ କୁ ଯାଇଥିବା ବେଳେ ମୋତେ ବିଡ଼ିଓ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ବିଡିଓ ଙ୍କ ନାଁ ରେ ଅଭିଯୋଗ କରି ଥାନା ରେ ରାତି ୮ ଟା ବେଳେ ଏଫ୍ ଆଇ ଆର୍ ପ୍ରଦାନ୍ କରିଛନ୍ତି ଶ୍ରୀ ଦାନୀ l ଏ ପଟେ ତରବରିଆ ଭାବେ ଏ ଘଟଣାର ତଦନ୍ତ କରି ରାତି ୨ ଟା ରେ ଜଣେ ସାମ୍ବାଦିକ ଙ୍କୁ କୋର୍ଟ ଚାଲାଣ କରିବା ଘଟଣାକୁ ପ୍ରତିବାଦ କରିଛନ୍ତି ଓ ଏସପି ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ସହର ର କିଛି କାର୍ଯ୍ୟରତ ସାମ୍ୱାଦିକ l କିଛି ଘଟଣା, ପରିସ୍ଥିତି ର ଗମ୍ଭୀରତା କୁ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦେଖି ରାତି ଅଧିଆ ମଧ୍ୟ କୋର୍ଟ ଚାଲାଣ କରିବାକୁ ପଡେ, ଏମିତି କିଛି ଆଇନ୍ ରେ ମନା ନାହିଁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି l ଆଜି ସଂଧ୍ୟାରେ ଉକ୍ତ ସାମ୍ୱାଦିକ ଙ୍କ ଜମାନତ ମିଳିଥିବା ବିଷୟ ଏବେ ସୂଚନା ମିଳିଛି l

What's Your Reaction?

like

dislike

love

funny

angry

sad

wow