କର୍ଲାମୁଣ୍ଡା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ......

May 31, 2025 - 16:14
 0  34
କର୍ଲାମୁଣ୍ଡା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ......

କର୍ଲାମୁଣ୍ଡା:୩୧/୫ ଲୋକ ଆବାଜ. ଇନ(ପ୍ରଦୀପ କୁମାର ସାହୁ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଠାରେ କୃଷି ବିଭାଗ ପକ୍ଷରୁ 

ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସଭା ରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, କର୍ଲାମୁଣ୍ଡା ସରପଞ୍ଚ ସ୍ବର୍ଣ୍ଣ ଲତା ସାହୁ,ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଚାଷୀ ନେତା ଗୋବିନ୍ଦ ସାହୁ,ସ.ମାଲପଡା ସମିତି ସଭ୍ୟ ଗୋଲାପ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନର୍ଲା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶୁଭେନ୍ଦୁ କର, କୃଷି ବିଭାଗ କାର୍ଯ୍ୟ ନିର୍ଵାହି ଯନ୍ତ୍ରୀ ଅଜୟ କୁମାର ମାରାଣ୍ଡି,କୃଷି ବୈଜ୍ଞାନିକ ତ୍ରିବିଜୟ ବଡ଼ଜେନା, ସ୍କିମ ଅଫିସର ମନୋରଞ୍ଜନ ସେନାପତି, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଏଏଓ କୁମାର ଚିରଞ୍ଜିବି ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଚାଷୀ ଙ୍କୁ ଖରିଫ ଫସଲର ସଦ୍ୟତମ ପ୍ରଯୁକ୍ତି ର ସୂଚନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରିତ ଫସଲ ଚୟନ ,ଅଧିକ ରୁ ଅଧିକ ଚାଷୀ ଙ୍କ ନିକଟରେ ସରକାରୀ ଯୋଜନା ର ଲାଭ ପହଞ୍ଚେଇବା ଆଦି ବିଷୟରେ ଆଲୋଚନା କରିଥିଲେ।ଏଥିରେ ଶତାଧିକ ମହିଳା ପୁରୁଷ ଚାଷୀ ଅଂଶୁ ଗ୍ରହଣ କରିଥିଲେ। ସଭା କାର୍ଯ୍ୟ ରେ ଆତ୍ମା କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ ଓ ଏଏଓ କୁମାର ଚିରଞ୍ଜିବି ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ରେଗଡା ପଞ୍ଚାୟତ ବିଜାପାଟି ଠାରେ ମଧ୍ୟ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଥିଲା।ଏଥିରେ ରେଗଡା ସରପଞ୍ଚ ଦିପ୍ତୀ ମୟୀ ସାହୁ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଅତିଥି ଭାବେ ଯୋଗ ଦେଇଥିଲେ ଓ ଜିଲ୍ଲା ତଥା ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ କୃଷକ ମାନଙ୍କୁ ବିଭିନ୍ନ ଯୋଜନା ,ଚାଷ ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଟିଏମ୍ ଶ୍ୟାମ ପଦ ଭଞ୍ଜ,ଭିଏଡବ୍ଲୁ ଲୋକ ନାଥ ନାଗ, ସୁରଜ ସାହୁ,ସନ୍ତୋଶିନୀ ବରାହ,ପ୍ରତୁଶ୍ୱିନୀ ଓ କୃଷକ ସାଥି ମାନେ ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow