କର୍ଲାମୁଣ୍ଡା ଠାରେ ବିକାଶ ବାହନ ଯାତ୍ରା

Jun 17, 2025 - 14:19
 0  38
କର୍ଲାମୁଣ୍ଡା ଠାରେ ବିକାଶ ବାହନ ଯାତ୍ରା

କର୍ଲାମୁଣ୍ଡା:୧୭/୬(ଲୋକ ଆବାଜ. ଇନ,ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ କର୍ଲାମୁଣ୍ଡା ଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକାଶ ବାହନ ରଥକୁ ସ୍ବାଗତ କରାଯାଇଥିଲା।

ଏହି ଅବସରରେ ଏଲ୍‌ଇଡି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା। ଆୟୋଜିତ ସଭାରେ ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଭାଜପା ନେତା ଚିତ୍ରସେନ ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ଵାହି ଅଧିକାରୀ ରମେଶ ମହଲା ,ନୋଡାଲ ଅଫିସର ସୁବାଷ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗ ରୁ କର୍ମଚାରୀ ମାନେ ଯୋଗ ଦେଇ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ ।ପିଇଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଖବର ଦାତା ପ୍ରଦୀପ କୁମାର ସାହୁ ସଭା ସଂଯୋଜନା କରିଥିଲେ ଓ ଏଡ଼ିଓ ଅଶୋକ କୁମାର ଖର୍ସେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୮୦ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ବୃଦ୍ଧା/ବୃଦ୍ଧ ଓ ଦିବ୍ୟଙ୍ଗ ୧୭ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ପେନସନ ପ୍ରଦାନ, ୧୪ ନୂତନ ହିତାଧିକାରୀ ଙ୍କୁ ଗୃହ କାର୍ଯ୍ୟଦେଶ, ୪ ଜଣ ନୂତନ ହିତାଧିକାରୀ ଙ୍କୁ ରାଶନ କାର୍ଡ, ୬ ଜଣ ଙ୍କୁ ଜବ କାର୍ଡ ଆଦି ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ପଂଚାୟତ ସମସ୍ତ କର୍ମଚାରୀ,ୱାର୍ଡ ସଭ୍ୟା ସଭ୍ୟ ,ମିଶନ ଶକ୍ତି ସିଆରପି,ସ୍ୱୟଂ ସହାୟକ ଗୋଷ୍ଠୀ କର୍ମ କର୍ତ୍ତା ସହଯୋଗ କରିଥିଲେ 

What's Your Reaction?

like

dislike

love

funny

angry

sad

wow