ବ୍ଲକ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ...

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ଓ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ କଳାହାଣ୍ଡି ପକ୍ଷରୁ ବୁଧବାର କର୍ଲାମୁଣ୍ଡା ସାଧାରଣ ପ୍ୟାରେଡ଼ ପଡ଼ିଆ ସ୍ଥିତ ଦୁର୍ଗା ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ କଂଗ୍ରେସ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ,କଳାହାଣ୍ଡି ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଜିଲ୍ଲା ଆବାହିକା ଯୋତ୍ସ୍ନା ବଗର୍ତ୍ତି, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ମନ୍ଦାକିନି ବାଣୁଆ, କଳାହାଣ୍ଡି ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଜିଲ୍ଲା ସହ ଆବାହକ ବେଣୁପାଣି ଦୁର୍ଗା,କର୍ଲାମୁଣ୍ଡା ବ୍ଲକ ଆବାହକ ଚୈତନ୍ୟ ସାହୁ,ସହ ଆବାହିକା ମମତା ସାହୁ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,କଂଗ୍ରେସ ନେତା ଏମ୍ ଡି ସାଜିଦ,ରାଜ୍ କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ।ଏଥିରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରେ କର୍ଲାମୁଣ୍ଡା ବ୍ଲକ ବିଜେପି ପକ୍ଷରୁ କେଉଁ ଗାଁ ରେ କିଏ ଠିକା କରିବେ ,ତାହାର ତାଲିକା ପ୍ରକାଶ କରିଥିବା,ତଥା ପଂଚାୟତ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରୁଥିବା କୁ ନେଇ ଖୁବ୍ଧ ପ୍ରକାଶ କରି ଠିକା କାମ ବଣ୍ଟନ ପାଇଁ ତାଲିକା କିଏ ପ୍ରକାଶ କରିଛି,ତାଲିକା ଆଇନ ସଂଗତ କି ଜାଲିଆତି, ତାଲିକାରେ ନାମ ଥିବା ବ୍ୟକ୍ତି ଙ୍କ ସହ ବିଜେପି ର ସମ୍ପର୍କ ଓ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ସ୍ଥଳ ରେ ସେହି ବ୍ୟକ୍ତି ଙ୍କ ଭୂମିକା ଓ ପ୍ରାଦୁର୍ଭାବ କଣ ରହିଛି ଏସବୁ ର ଉଚିତ ତଦନ୍ତ କରାଯିବାକୁ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କର୍ମୀମାନେ ମତ ବ୍ୟକ୍ତ କରିଥିଲେ।ଏ ସମ୍ବନ୍ଧରେ ବିଡିଓ କର୍ଲାମୁଣ୍ଡା,ଫାଣ୍ଡିଧିକାରୀ ଙ୍କୁ ପୃଥକ ପୃଥକ ଭାବେ ଦାବୀ ପତ୍ର ପ୍ରଦାନ କରିଥିଲେ। ଏନେଇ କର୍ଲାମୁଣ୍ଡା ମଣ୍ଡଳ ବିଜେପି ସଭାପତି ଡୋଲାମଣୀ ଭୋଇ ଙ୍କୁ ପଚାରିବାରୁ କଂଗ୍ରେସ ର ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ରିଞ୍ଜ। ସମିତି ସଭ୍ୟ ଆନନ୍ଦ ନାଗ, ପୌରକେଲା ସମିତି ସଭ୍ୟ ସୁଧୀର ଭୋଇ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ
।
What's Your Reaction?






