ଦୁର୍ଗମ ଭଣ୍ଡରଙ୍ଗି ଓ ଲଙ୍କାଗଡ଼ ରେ ବିସିଜି ଟୀକା କରଣ

Oct 23, 2024 - 07:40
 0  23
ଦୁର୍ଗମ  ଭଣ୍ଡରଙ୍ଗି ଓ ଲଙ୍କାଗଡ଼ ରେ  ବିସିଜି ଟୀକା କରଣ

ବାଲିଗୁଡା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 :କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡରଙ୍ଗି ଓ ଲଙ୍କାଗଡ଼ ରେ ୧୮ବର୍ଷରୁ ଉର୍ଦ୍ଧ ସମସ୍ତ ଯୁବକ ଯୁବତୀ ଏବଂ ବୟସ୍କ ଲୋକଙ୍କୁ ବିସିଜି ଟୀକା କରଣ କରାଯାଇଛି l ଦୀର୍ଘବର୍ଷ ହେବ ଦୁର୍ଗମ ଭଣ୍ଡରଙ୍ଗି ଓ ଲଙ୍କାଗଡ଼ ଅଞ୍ଚଳ ରେ ଏନ. ଏମ. ପଦବୀ ଖାଲି ପଡି ଥିବାରୁ ତୁମୁଡିବନ୍ଧ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ବି. ପି. ଏମ. ୟୁ ଟିମ ଏବଂ , ପି. ଏଚ.ଇ. ଓ ଟିମ ଦୁର୍ଗମ ଇଲାକା ର ଗାଁ କୁ ଯାଇ ଲୋକଙ୍କୁ ସଚେତନ କରିବା ସହିତ ଟୀକା କରଣ କାର୍ଯ୍ୟ ସମ୍ପାଦନ ପାଇଁ ଅଣ୍ଟା ଭିଡିଥିଲେ l ଡାକ୍ତରୀ ଟିମ ରେ ଡାକ୍ତର ଅଭିଷେକ ନାୟକ, ବି. ପି. ଏମ ଅଜୟ କୁମାର ସାହୁ,ପି.ଏଚ. ଇ. ଓ ବିନ୍ଦୁଲତା ପ୍ରଧାନ, ଡାକ୍ତର ସୁଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow