କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ବୈଠକ
କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧକ୍ଷ୍ୟା କୁନି ସାହୁ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଯୋଜନା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଡ଼ିଓ ସୁଚରିତା ମୁଗ୍ରୀ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ତହସିଲଦାର ଅରୁଣ ବର୍ଗେ,କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ବ୍ଲକ କଳା ଓ ସଂସ୍କୃତି ସଂଘ ଉପ ସଭାପତି ଭାଗିରଥି ଷଡଙ୍ଗୀ,ଭାରପ୍ରାପ୍ତ ବ୍ଲକ ସାମାଜିକ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ମାଝୀ,ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପଶା, ସେକ୍ସନ ଅଫିସର ଶିବା ନନ୍ଦ ପାତ୍ର, ଫାଣ୍ଡି ଅଧିକାରୀ ଥବିର ବରିହା, ସାଂସଦ ପ୍ରତିନିଧି ହୃଦାନନ୍ଦ ସାହୁ,ବିଧାୟକ ପ୍ରତିନିଧି କାନହୁ ଚରଣ ସାହୁ ଙ୍କ ସମେତ ବିଭିନ୍ନ ପଂଚାୟତ ର ସରପଞ୍ଚ ,ସମିତି ସଭ୍ୟ,ସାମ୍ବାଦିକ,ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ଉତ୍ସବ ପାଳନ ର ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ ସହ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଆସନ୍ତା ଜାାନୁୟାରୀ ମାସ ୯ ତାରିଖରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରିବା କୁ ସ୍ଥିର ହୋଇଥିଲା
What's Your Reaction?