ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର ରେ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଉତ୍ସବ
ବଲାଙ୍ଗୀର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଆଦ୍ୟ ତା 16.12.2025 ରିଖ ମଙ୍ଗଳବାର ଦିନ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀରରେ ବାର୍ଷିକ କ୍ରୀଡା ଉତ୍ସବ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି।ଏହି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର ନାଥ ମିଶ୍ର ସଭାପତିତ୍ବ କରିଥିଲେ।dr premchand Mohanty ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବି ଶ୍ରୀ ଅଚ୍ୟୁତ ପୁରୋହିତ ମୁଖ୍ୟ ବକ୍ତା ରୂପେ ଏଵଂ ଶ୍ରୀ ନୀଳମଣି ପଟେଲ,BEO Bolangir ଓ ଶ୍ରୀ ଦିଲୀପ ଯୋଶୀ,BEO saintala ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବ ରେ ମୋଟ୍ 12 ଟି ପ୍ରତିଯଗିତା ବରିଷ୍ଠ ଓ କନିଷ୍ଠ ବିଭାଗ ପାଇଁ କରାଯାଇଥିଲା।ବରିଷ୍ଠ ବିଭାଗରେ ଅର୍ଚ୍ଚିତା ମହାନ୍ତି ଓ କନିଷ୍ଠ ବିଭାଗ ରେ ରିଶିକା ଷଣ୍ଢ champion ହୋଇଥିଲେ।ବିଭିନ୍ନ ପ୍ରତିୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପିଲାମାନଙ୍କ ର ଶୈଖିକ ଓ ଅନଶୈଖିକ ସର୍ବାଙ୍ଗୀନ ଉନ୍ନତି ପାଇଁ ଉତ୍ସାହମୂଳକ ଭାବେ ପ୍ରତ୍ୟେକ ଶ୍ରେଣୀ ରୁ ଜଣେ ଲେଖାଏଁ ଛାତ୍ରୀ ଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବେ ପୁରସ୍କାର ଦିଆଗଲା।ଦଶମ କ ରୁ ଛାତ୍ରୀ Roshni Bhesra ଓ ଦଶମ ଖ ରୁ ଛାତ୍ରୀ shubhashri Nayak କୁ ଗତ SA-1 ପରୀକ୍ଷା ରେ90% ରୁ ଅଧିକ ମାର୍କ ରଖିଥିବା ଯୋଗୁ ପୁରସ୍କୃତ କରାଗଲା।ବିବରଣୀ ପଠନ କରିଥିଲେ କ୍ରୀଡା ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ।ସଭା କାର୍ଯ ସଂଯୋଜନା କରିଥିଲେ ଶ୍ରୀମତୀ ଅରୁନ୍ଧତୀ ବଢେଇ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଏହି ସଭା ରେ ପୂର୍ଣ ସହଯୋଗ କରିଥିଲେ।ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?