ପଶ୍ଚିମାଞ୍ଚଳ କ୍ଷତ୍ରୀୟ ପାଇକ ସମାଜର ସପ୍ତମତମ ବାର୍ଷିକୋତ୍ସବ ବିଜୟା ଦଶମୀ ପାଳିତ

ନୂଆପଡ଼ା - ଲୋକ ଆବାଜ. ଇନ୍ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ପଶ୍ଚିମାଞ୍ଚଲ କ୍ଷତ୍ରୀୟ ପାଇକ ସମାଜ ତରଫରୁ ସପ୍ତମତମ ବାର୍ଷିକୋତ୍ସବ ବିଜୟା ଦଶମୀ ୨୦୨୪ ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧ(କୁରେଶ୍ଵର) ଠାରେ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ଓ ଜିଲ୍ଲା ଶ୍ରମିକ ସଂଗଠନ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଉପସ୍ଥିତ ଥିଲେ । କ୍ଷତ୍ରିୟ ସମାଜର କୁଳପତି ରାମାନନ୍ଦ ଦଳପତି, ଉପ କୁଳପତି ବିଜୟଲଷ୍ମୀ ବରାଳ, ସତ୍ୟବ୍ରତ ବରାଳ, ଦିଲୀପ ଦଳପତି, ପ୍ରଦୀପ ଦଳପତି, ଧନଞ୍ଜୟ ଦଳପତି, ସୁଶାନ୍ତ କୁମାର କ୍ଷେତ୍ରୀ, ତଥା ସମାଜର ବରିଷ୍ଠ କନିଷ୍ଠ ଭଦ୍ର ବ୍ୟକ୍ତି, ମା ମାଉସୀ, ଯୁବକ ଆବାଳବୃଦ୍ଧ ବନିତା ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ଉଦ୍ୟାନବନ୍ଧ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚନା କଲାପରେ ମଶାଲ ଶୋଭାଯାତ୍ରାରେ ଉଦ୍ୟାନବନ୍ଧ ସହର ପରିକ୍ରମା କରାଯାଇଥିଲା । ପରିକ୍ରମା ସମୟରେ କ୍ଷତ୍ରୀୟ ପାଇକ ଯୁବକ ଓ ଯୁବତୀମାନେ ନିଜର ଖଣ୍ଡା. ଅସି, ତଲଵାରର ଆଖଡ଼ା ପ୍ରଦର୍ଶନ କରିଥିଲେ.। ତାପରେ ମା ଶାରଳା, ଭବାନୀଙ୍କ ପୂଜାଅର୍ଚ୍ଚନା କରାଯାଇଥିଲା । ପାଇକ ମାନଙ୍କ ପୂର୍ବ ପୁରୁଷଙ୍କ ଗାରିମାକୁ ମନେ ପକାଇ ଓ ସେହି ତରବାରୀ ବା ଖଣ୍ଡା ,ଧନୁ, ତୀର, ଢାଲ ଇତ୍ୟାଦି ବୀର ପାଇକ ହାତରେ ଶୋଭା ପାଉଥିଲା ବୋଲି ବୀରତ୍ୱର ଗାଥା ଆଲୋଚନା ହୋଇଥିଲା । ଦେଶ, ଜାତି, ସମାଜର ସୁରକ୍ଷା କରି ନିଜ ଜୀବନକୁ ବାଜି ଲଗାଇ ନିଜେ ପାଇକମାନେ ରଣାଙ୍ଗନରେ ପଦାର୍ପଣ କରି ଶତ୍ରୁମାନଙ୍କୁ ମାତ ଦେଇ ବିଜୟୀ ଟୀକା ପିନ୍ଧୁ ଥିଲେ । ସେହି ବୀର ଯୋଦ୍ଧା, କ୍ଷତ୍ରୀୟ ଓ ତରବାରୀ, ଖଣ୍ଡାର ସମ୍ମାନାର୍ଥେ ବୀର ପୁରୁଷମାନଙ୍କ ସ୍ମୁତିଚାରଣ କରାଯାଇଥିଲା । ଭାରତର ସ୍ୱାଧୀନତା ଆନ୍ଦୋଳନରେ ସିପାହୀ ବିଦ୍ରୋହରେ ଭାଗ ନେଇ ପାଇକ ବୀରତ୍ୱ ପ୍ରଦର୍ଶନ କରିଥିଲେ ,ଯାହାକି ଇତିହାସ ସୂଚିତ କାରେ। ଏହି ବୀର ଜାତି ସମାଜର ସୁରକ୍ଷା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥାଏ । ତେଣୁ କୁହାଯାଏ -ପଛଘୁଞ୍ଚା ନାହିଁ ବୀରର ଜାତକେ ନ ମରେ କେବେ ସେ ପରାଣ ଆତଙ୍କେ. ଏହି ପୂର୍ବ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ, ଭାଇଚାରା ଓ ସଂସ୍କୃତିକୁ ବଜାଇ ରଖିବା ସହ ସମାଜର ଉନ୍ନତି ସକାଶେ ଏକତା ଓ ଅଖଣ୍ଡତା ରକ୍ଷାକରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏହି ସମାଜରୁ ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର ହଟେଇବା ପାଇଁ ସମସ୍ତେ ମିଶି ଧର୍ମ ମାର୍ଗରେ ଚାଲିବା ସହ ଏକ ଉତ୍ତମ ଓ ସଂସ୍କାର ସମାଜ ଗଠନ କରିବା ପାଇଁ ଶପଥ ନେଇଥିଲେ ।
What's Your Reaction?






