କାଉଡୋଲା ଗ୍ରାମ୍ୟ ଦଶହରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

Oct 4, 2024 - 22:12
 0  71
କାଉଡୋଲା ଗ୍ରାମ୍ୟ ଦଶହରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  l

କଳାହାଣ୍ଡି : ଲୋକ ଆବାଜ୍.ଇନ୍:(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ୍)

 କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର କାଉଡୋଲା ଗ୍ରାମବାସୀଙ୍କୁନେଇଁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଗ୍ରାମର ମାଁ ଠାକୁରାଣୀ ମନ୍ଦିର ପୂଜକ ଦୁଷ୍ମନ୍ତ ପୁଝାରୀ ସଭାପତିତ୍ବ କରିଥିଲା l  ଏଥିରେ କାଉଡୋଲା ଗ୍ରାମର କିଭଳି ବିଭିନ୍ନ ପ୍ରକାରର ଉନ୍ନତି ତଥା ବିକାଶ ଖେତ୍ର ଆଗକୁ ବଢ଼ିପାରିବ ସେହି ଦୃଷ୍ଟିରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏବଂ ଏସବୁକୁ ଦୃଷ୍ଟିରେ ରଖି ଏକ ନୂତନ କମିଟି ଗଠନ କରାଯାଇ ଥିଲା। ଯାହାକି କମିଟିର ନାଁ ରଖାଯାଇଥିଲା 'ବିକାଶ ପରିଷଦ ମଞ୍ଚ କାଉଡୋଲା ' ପରେ କମିଟିକୁ ପରିଚାଳନା କରିବା ପାଇଁ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା ଏଥିରେ ଦୁଷ୍ମନ୍ତ ପୁଝାରୀ, ତ୍ରିନାଥ ସରାବୁ,କୈଳାସ ଜାନି, ହୃଷିକେଶ ବେଶ୍ରା,ଉଦ୍ଧବ ନାଏକ, ଅନିରୁଦ୍ଧ ରଣା, ଲୋକନାଥ ସାହୁ, ବଂଶୀଧର ବେଶ୍ରା, ଉମାଶଙ୍କର ଦାସ, ଉଦ୍ଧବ ସତନାମୀ, ଇଶ୍ଵର ମାଝି ପ୍ରମୁଖ ଙ୍କୁ ମନୋନୀତ କରାଯାଇଥିଲା । ପରେ ଉକ୍ତ କମିଟିର ଦାୟିତ୍ଵ ତୁଲାଇବା ପାଇଁ ସଭାପତି ଭାବରେ ଚକ୍ରଧର ବେଶ୍ରା ଙ୍କୁ ମନୋନୀତ କଲାପରେ ସମ୍ପାଦକ ଭାବେ ବସନ୍ତ କୁମାର ସରାବୁ ଏବଂ କୋଷାଧ୍ୟକ୍ଷ ଭାବରେ ତ୍ରିଲୋକ୍ୟ ବେଶ୍ରା ଙ୍କୁ ମନୋନୀତ କରାଯାଇଥିଲା । ଏବଂ କମିଟିର ସଦସ୍ୟ ଭାବରେ ଆକାଶ ସରାବୁ,ହିରାଲାଲ ମାଝୀ, ଅଚ୍ୟୁତ ରଣା, ପିଣ୍ଟୁ କୋଚିଆ, ନିଧି ରାମ ମାଝୀ, ପବିତ୍ର ମାଝୀ, ଘାସିରାମ ରାଉତ, ତୁଷାର ନାଏକ, ନିର୍ମଳ କର,ବିନୋଦ ବେଶ୍ରା, ମଳୟ ବେଶ୍ରା, ତୋଫାନ ମାଝୀ, କୁମୁଦ ରଣା, ଅଶୋକ ପୁଝାରୀ,ଙ୍କ ସମେତ ଅନେକ ସଦସ୍ୟ ଙ୍କ ନାମ ସ୍ଥାନ ପାଇଥିଲା । କାଉଡୋଲା ଗ୍ରାମରେ ଆଗକୁ ଥିବା ଦଶହରା ଉପଲକ୍ଷେ ଗ୍ରାମବାସୀ ଏବଂ ଉକ୍ତ କମିଟିର ମିଳିତ ସହଯୋଗରେ ଗାଁରେ ଏକ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ପରେ ସଭାପତି ଙ୍କ ଧନ୍ୟବାଦ କ୍ରମେ ସଭା ସାଙ୍ଗ କରାଗଲା । ଉକ୍ତ ବୈଠକରେ ଗ୍ରାମର ଅନେକ ଯୁବପିଢୀ ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ସଭାକାର୍ଯ୍ୟ ଟିକୁ ସାଫଳ୍ୟ ମଣ୍ଡିତ କରିବା ସହ କମିଟିକୁ ବେଶ୍ ଆନନ୍ଦ ଓ ଉତ୍ସାହିତ କରିଥିଲେ।

What's Your Reaction?

like

dislike

love

funny

angry

sad

wow